କନ୍ଧମାଳ: କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରି ଥାନା ଅନ୍ତର୍ଗତ ଗ୍ରେସିଙ୍ଗିଆ ନିକଟ ସୁକାନାଣ୍ଡା ଚର୍ଚ୍ଚ ସମ୍ମୁଖରେ କାର୍ ସହ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ଘଟି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ପେନେଲା ଗ୍ରାମର ମିଥୁନ ପ୍ରଧାନ।ସୂଚନା ଅନୁଯାୟୀ, ଆଜି ଏକ କାର୍ (ଓଡି ୩୨ ଜି ୨୩୦୬) ଓ ବାଇକ୍ (ଓଡି ୧୨ ଏଚ୍ ୩୩୪୩) ମଧ୍ଯରେ ସୁକାନାଣ୍ଡା ନିକଟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣାରେ ବାଇକ୍ ଚାଳକ ମିଥୁନ ଗୁରୁତର ଆହତ ହୋଇଥିଲେ। ପରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାର ତଦନ୍ତ ଜାରି ରଖିଛି। ଅନ୍ୟ ଜଣେ ଆହତ ଯୁବକ ଗ୍ରେସିଙ୍ଗିଆ ମେଡିକାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହୋଇଛନ୍ତି।










