30.1 C
Bhubaneswar
Saturday, September 12, 2026
Homeଓଡିଶାପାର୍ବଣ ପୂର୍ବରୁ ବଢ଼ିଲା ଫଳର ଦର

ପାର୍ବଣ ପୂର୍ବରୁ ବଢ଼ିଲା ଫଳର ଦର

କଟକ: ପାର୍ବଣ ପୂର୍ବରୁ ବଢ଼ିଲା ଫଳର ଦର । ଗଣେଶ ପୂଜାକୁ ଆଉ ଗୋଟିଏ ଦିନ ବାକି ଥିବାବେଳେ କଟକ ବଜାରରେ ଫଳମୂଳର ଦାମ ଏବେ ଗ୍ରାହକଙ୍କ ଚିନ୍ତା ବଢ଼ାଇଛି । ଆଗକୁ ଦୁର୍ଗାପୂଜା, କାଳୀପୂଜା ଓ ଲକ୍ଷ୍ମୀପୂଜା ଥିବାରୁ ଫଳର ଚାହିଦା ଆହୁରି ବଢ଼ିବା ନେଇ ବ୍ୟବସାୟୀମାନେ ଆଶା କରୁଛନ୍ତି । ପୂଜା ସମୟରେ ଫଳର ଚାହିଦା ବଢ଼ୁଥିବାବେଳେ ବଜାରରେ ଦର ମଧ୍ୟ ଉପରମୁହାଁ ହୋଇଛି । ଦାମ ଶୁଣି ଗ୍ରାହକମାନେ ଆବଶ୍ୟକତା ଅନୁସାରେ ଫଳ କିଣିବାକୁ ବାଧ୍ୟ ହେଉଛନ୍ତି ।ବର୍ତ୍ତମାନ ବଜାରରେ ଆପଲ କିଲୋ ପିଛା ପ୍ରାୟ ୨୦୦ ଟଙ୍କାରେ ବିକ୍ରି ହେଉଛି । ଅଙ୍ଗୁର ୨୩୦ ଟଙ୍କା ଓ ବେଦନା ୨୪୦ ଟଙ୍କା ରହିଛି । କମଳାର ଦର କିଲୋ ପିଛା ୩୫୦ ଟଙ୍କାରେ ପହଞ୍ଚିଛି । ସେହିପରି ଅଷ୍ଟ୍ରେଲିଆ ଅଙ୍ଗୁର କୋଳି କିଲୋ ପିଛା ୪୦୦ ଟଙ୍କାରେ ବିକ୍ରି ହେଉଛି । ଅନ୍ୟପକ୍ଷରେ ଆତ ୧୨୦, ପିଜୁଳି ୧୦୦, ନାକା ୧୪୦ ଓ ନାସପାତି କିଲୋ ପିଛା ୧୨୦ ଟଙ୍କା ରହିଛି। ପାର୍ବଣ ଋତୁରେ ଦର ଆହୁରି ବଢ଼ିବ କି ନାହିଁ, ତାହା ଉପରେ ଏବେ ଗ୍ରାହକଙ୍କ ନଜର ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking