26.1 C
Bhubaneswar
Saturday, September 12, 2026
Homeଓଡିଶାନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିଲେ ନୂଆ ଅତିଥି

ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିଲେ ନୂଆ ଅତିଥି

ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିଲେ ନୂଆ ଅତିଥି। ଗୁଜୁରାଟର ବନତାରାରୁ ନନ୍ଦନକାନନକୁ ଆସିଛନ୍ତି ୪୦ରୁ ଅଧିକ ଜୀବଜନ୍ତୁ। ଏହି ନୂଆ ଅତିଥିଙ୍କ ମଧ୍ୟରେ ରହିଛନ୍ତି ଜେବ୍ରା, ୱାଲାବି, କଙ୍ଗାରୁ ଏବଂ କସୁଆରି ଭଳି ବିରଳ ଓ ଆକର୍ଷଣୀୟ ପ୍ରାଣୀ।

କେବଳ ଜୀବଜନ୍ତୁ ନୁହନ୍ତି, ବନତାରାରୁ ଆସିଛନ୍ତି ବିଭିନ୍ନ ପ୍ରଜାତିର ପକ୍ଷୀ ମଧ୍ୟ। ଏହି ନୂଆ ଅତିଥିଙ୍କ ମଧ୍ୟରେ ରହିଛି ରେନବୋ ଲରି ଭଳି ରଙ୍ଗବେରଙ୍ଗ ଓ ଆକର୍ଷଣୀୟ ପକ୍ଷୀ। ଏମାନଙ୍କ ଆଗମନ ପରେ ନନ୍ଦନକାନନରେ ଆହୁରି ବଢ଼ିବ ବନ୍ୟଜନ୍ତୁଙ୍କ ବିବିଧତା।ନୂଆ ଅତିଥିମାନେ ନନ୍ଦନକାନନରେ ପହଞ୍ଚିବା ପରେ ସିଧାସଳଖ ପର୍ଯ୍ୟଟକଙ୍କ ପାଇଁ ଖୁଆଡ଼କୁ ଯିବେ ନାହିଁ। ପ୍ରାୟ ଏକ ମାସ ଧରି ସେମାନଙ୍କୁ କ୍ୱାରେଣ୍ଟାଇନରେ ରଖାଯିବ। ଏହି ସମୟ ମଧ୍ୟରେ ପ୍ରାଣୀମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା, ଖାଦ୍ୟ ଓ ଆଚରଣ ଉପରେ ନଜର ରଖାଯିବ। ନୂଆ ପରିବେଶ ସହ ସେମାନେ କିଭଳି ଖାପ ଖୁଆଉଛନ୍ତି, ତାହା ମଧ୍ୟ ନିରୀକ୍ଷଣ କରାଯିବ।

କ୍ୱାରେଣ୍ଟାଇନ୍ ଅବଧି ଶେଷ ହେବା ପରେ ଏବଂ ସ୍ୱାସ୍ଥ୍ୟ ଯାଞ୍ଚ ସନ୍ତୋଷଜନକ ରହିଲେ, ନୂଆ ଅତିଥିମାନଙ୍କୁ ଧୀରେ ଧୀରେ ଖୁଆଡ଼କୁ ଅଣାଯିବ। ଏହାପରେ ନନ୍ଦନକାନନକୁ ଆସୁଥିବା ପର୍ଯ୍ୟଟକମାନେ ଜେବ୍ରା, କଙ୍ଗାରୁ, ୱାଲାବି, କସୁଆରି ଏବଂ ରେନବୋ ଲରି ଭଳି ନୂଆ ଅତିଥିଙ୍କୁ ଦେଖିବାର ସୁଯୋଗ ପାଇବେ। ନୂଆ ପ୍ରାଣୀ ଓ ପକ୍ଷୀଙ୍କ ଆଗମନ ନନ୍ଦନକାନନର ଆକର୍ଷଣକୁ ଆହୁରି ବଢ଼ାଇବା ସହ ପର୍ଯ୍ୟଟକଙ୍କ ପାଇଁ ଏହା ହେବ ଏକ ନୂଆ ଅନୁଭୂତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking