ଭୁବନେଶ୍ବର: ବାଲେଶ୍ବର ଜିଲ୍ଲା ଭୋଗରାଇ ଅଞ୍ଚଳରୁ ୫ ଓରାଙ୍ଗଉଟାନ ଉଦ୍ଧାର ଘଟଣାରେ ବଡ଼ କାର୍ଯ୍ୟାନୁଷ୍ଠାନ । ପଶ୍ଚିମବଙ୍ଗ ଦୀଘାର ଏକ ଘରୋଇ ହୋଟେଲରୁ ୩ ଜଣଙ୍କୁ ଉଠାଇ ଆଣିଛି STF । ତେବେ ଏହି ଘଟଣାରେ ହୋଟେଲ ମାଲିକ ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି । ତେବେ ୩ ଜଣଙ୍କୁ ଉଠାଇ ନେଇ ଅଧିକ ପଚାର ଉଚରା କରୁଛି ଏସ ଟି ଏଫ ଟିମ୍ । ବ୍ଲାକ ଥାର ଗାଡ଼ି ବାବଦରେ ଅଧିକ ତଥ୍ୟ ସଂଗ୍ରହ କରାଯାଉଛି । ଗତକାଲି ଓରାଙ୍ଗଉଟାନ୍ ଉଦ୍ଧାର ହୋଇଥିବା ସ୍ଥାନରୁ ମାସ୍କ ଉଦ୍ଧାର ହୋଇଥିଲା । ଏହି ମାସ୍କ କାହାର ସେନେଇ ମଧ୍ୟ ଖୋଳତାଡ଼ ହେଉଛି । ଘଟଣାସ୍ଥଳରେ ବନବିଭାଗ ପକ୍ଷରୁ କ୍ୟାମ୍ପ କରାଯାଇଛି । ବନକର୍ମଚାରୀମାନେ ଦିନ ରାତି ଜଗି ରହିଛନ୍ତି ।ଓରାଙ୍ଗଉଟାନ୍ ଆସିଲେ କେଉଁଠୁ? ରହସ୍ୟ ଖୋଲିବ STF। ତଦନ୍ତ ନିର୍ଦ୍ଦେଶ ଦେଲେ DGP । ଓଡ଼ିଶାରୁ ଓରାଙ୍ଗଉଟାନ୍ ଉଦ୍ଧାର ଘଟଣାର ଗୁମର ଖୋଲିବ STF। ଘଟଣାରେ ବିଧି ବଦ୍ଧ ଭାବେ ମାମଲା ରୁଜୁ କରି ତଦନ୍ତ କରିବାକୁ STFକୁ ନିର୍ଦ୍ଦେଶ ଦେଇଛନ୍ତି DGP ବିନୟତୋଷ ମିଶ୍ର। ଆଜି ମାମଲା ରୁଜୁ ହେବ ଏବଂ ୮ ଦିନ ମଧ୍ୟରେ ଘଟଣା ଉପରୁ ପର୍ଦ୍ଦା ଉଠିବ ବୋଲି DGP କହିଛନ୍ତି। ଓରାଙ୍ଗଉଟାନ୍ ଉଦ୍ଧାର ଘଟଣାରେ ମାମଲା ରୁଜୁ ପାଇଁ ବନ ବିଭାଗ ପକ୍ଷରୁ DGPଙ୍କୁ ଚିଠି ଲେଖାଯାଇଥିଲା।










