26.7 C
Bhubaneswar
Thursday, September 10, 2026
Homeଓଡିଶାପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଲେ ଦୁର୍ବୁତ୍ତ

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଲେ ଦୁର୍ବୁତ୍ତ

 ମହାନ୍ ବରପୁତ୍ରଙ୍କ ପ୍ରତି ଅସମ୍ମାନ ଗ୍ରହଣୀୟ ନୁହେଁ
 ଓଡ଼ିଆ ଜାତିର ସ୍ୱାଭିମାନ ଓ ଓଡ଼ିଆ ଅସ୍ମିତା ପ୍ରତି ଅପମାନ
ଭୁବନେଶ୍ୱର: ଜଗତସିଂହପୁର ଜିଲ୍ଲାର ଏରସମା ବ୍ଲକ୍ ଅନ୍ତର୍ଗତ ପଦମପୁର ପଞ୍ଚାୟତର ଶିଆଳି ବେଳାଭୂମି ନିକଟରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିକୁ କିଛି ଦୁର୍ବୁତ୍ତ ଭାଙ୍ଗି ଦେଇଛନ୍ତି। ଉକ୍ତ ଘଟଣା ନେଇ ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଜଗତସିଂହପୁର ଜିଲ୍ଲା ସଭାପତି ତଥା ପୂର୍ବତନ ବିଧାୟକ ଶ୍ରୀ ପ୍ରଶାନ୍ତ ମୁଦୁଲି ଅସନ୍ତୋଷ ପ୍ରକାଶ କରିଛନ୍ତି।
ସେ କହିଛନ୍ତି ଯେ, ଶିଆଳି ବେଳାଭୂମି ରାଜ୍ୟର ଏକ ପ୍ରମୁଖ ବେଳାଭୂମି। ଅନେକ ପର୍ୟ୍ୟଟକଙ୍କ ଆଗମନ ହୋଇଥାଏ। ଉକ୍ତ ସ୍ଥାନରେ ଗତ ୯ ତାରିଖ ରାତିରେ କିଛି ଦୁର୍ବୃତ୍ତମାନେ ପ୍ରବାଦ ପୁରୁଷ, ମହାନ୍ ସ୍ୱାଧୀନତା ସଂଗ୍ରାମୀ ତଥା ଓଡ଼ିଶାର ବରପୁତ୍ର ସ୍ଵର୍ଗତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଭାଙ୍ଗି ଦେଇଛନ୍ତି। ଏହା ଅତି ନିନ୍ଦନୀୟ ଘଟଣା। କିନ୍ତୁ ଦୁଃଖ ଓ ପରିତାପର ବିଷୟ ଯେ, ସ୍ଥାନୀୟ ସରପଞ୍ଚ ଥାନାରେ ଅଭିଯୋଗ କରିବା ସତ୍ତ୍ୱେ ୨୪ଘଣ୍ଟା ବିତି ଯାଇଥିଲେ ସୁଦ୍ଧା ଦୁର୍ବୃତ୍ତମାନେ ଧରା ପଡିଲେ ନାହିଁ। ରାଜ୍ୟରେ ବିଜେପି ସରକାର ଗଠନ କରିବା ପରେ ରାଜ୍ୟ ସାରା ଅପରାଧିକ କାର୍ୟ୍ୟକଲାପ ବୃଦ୍ଧି ପାଇଛି। ବିଜୁ ପଟ୍ଟନାୟକ ତିନି ରାଷ୍ଟ୍ରର ସର୍ବୋଚ୍ଚ ରାଷ୍ଟ୍ର ମାନ୍ୟତା ପାଇଛନ୍ତି। ଯିଏ କି ଭାରତ ବର୍ଷ ଯେଉଁ ବ୍ୟକ୍ତିତ୍ୱଙ୍କୁ ନେଇ ଗର୍ବ ଅନୁଭବ କରେ, ତାଙ୍କୁ ଅପମାନିତ କରାଯାଇଛି। ତାଙ୍କ ପ୍ରତିମୂର୍ତ୍ତିକୁ ଭାଙ୍ଗିବା ଅତ୍ୟନ୍ତ ନିନ୍ଦନୀୟ। ରାଜ୍ୟ ସରକାର ପ୍ରତି ମୂହୁର୍ତ୍ତରେ ଓଡିଶା ତଥା ଓଡ଼ିଆ ଅସ୍ମିତାକୁ ହତ୍ୟା କରୁଛନ୍ତି। ଯାହା ଫଳରେ ବିଶ୍ୱ ଦରବାରରେ ଓଡ଼ିଶା ନିନ୍ଦିତ ହେଉଛି। ରାଜ୍ୟ ସରକାରଙ୍କ ଏହିପରି କାର୍ୟ୍ୟକଲାପ ଗୁଡିକ ବିଜେଡି ପକ୍ଷରୁ ନିନ୍ଦା କରାଯାଇଛି। ଭଙ୍ଗା ଯାଇଥିବା ପ୍ରବାଦ ପୁରୁଷ ବିଜୁବାବୁଙ୍କ ପ୍ରତିମୂର୍ତ୍ତିକୁ ପୁନଃ ସ୍ଥାପିତ କରିବା ପାଇଁ ରାଜ୍ୟ ସରକାର ଯତ୍ନବାନ ହୁଅନ୍ତୁ। ଏହିପରି କାର୍ୟ୍ୟକୁ ଓଡ଼ିଆ ଜାତି କ୍ଷମା କରିବ ନାହିଁ। ରାଜ୍ୟ ସରକାର ଘଟଣା ପ୍ରତି ଯତ୍ନଶୀଳ ହୋଇ ତୁରନ୍ତ ପଦକ୍ଷେପ ଗ୍ରହଣ ନକଲେ ବିଜେଡି ପକ୍ଷରୁ ଆନ୍ଦୋଳନ କରାଯିବ ବୋଲି କହିଛନ୍ତି।

ଉକ୍ତ ଘଟଣାର ଅନୁସନ୍ଧାନ ପାଇଁ ବିଜେଡ଼ିର ଏକ ପ୍ରତିନିଧୀ ମଣ୍ଡଳୀ ଶୁକ୍ରବାର ଘଟଣାସ୍ତଳକୁ ଗସ୍ତ କରିବେ। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ବିଜେଡି ପ୍ରତିନିଧି ମଣ୍ଡଳୀକୁ ଅନୁମୋଦନ କରାଯାଇଛି। ଏହି ପ୍ରତିନିଧି ଦଳ ସ୍ଥାନୀୟ ଲୋକଙ୍କୁ ଭେଟିବା ସହ ଘଟଣାସ୍ଥଳ ପରିଦର୍ଶନ କରି ପରିସ୍ଥିତିର ସମୀକ୍ଷା କରିବେ। ପ୍ରଶାନ୍ତ ମୁଦୁଲିଙ୍କ ସଂଯୋଜନାରେ ଉକ୍ତ ପ୍ରତିନିଧୀ ଦଳରେ ଶ୍ରୀ ଚିରଞ୍ଜୀବ ବିଶ୍ୱାଳ, ବିଧାୟକ ଶ୍ରୀ ଶାରଦା ପ୍ରସନ୍ନ ଜେନା, ଶ୍ରୀ ସମ୍ବିତ ରାଉତରାୟ, ଡ. ରାଜଶ୍ରୀ ମଲ୍ଲିକ, ଶ୍ରୀମତୀ ମିନତୀ ବେହେରା, ଶ୍ରୀ ଲୋରା ମହାପାତ୍ର, ଶ୍ରୀ ଅରିନ୍ଦମ ସର୍ଖେଲ, ଶ୍ରୀ ନାରାୟଣ ଜେନା ରହିବେ। ପ୍ରତିନିଧି ଦଳ ସ୍ଥାନୀୟ ଆଇଆଇସି ଏବଂ ଜଗତସିଂହପୁର ଏସ୍‌ପିଙ୍କୁ ଭେଟିବେ। ପ୍ରତିମୂର୍ତ୍ତି ଭଙ୍ଗାରୁଜା ପାଇଁ ଦାୟୀ ବ୍ୟକ୍ତି ମାନଙ୍କୁ ତୁରନ୍ତ ଚିହ୍ନଟ କରି ଗିରଫ କରିବା ସହ ପ୍ରତିମୂର୍ତ୍ତିର ଶୀଘ୍ର ପୁନଃସ୍ଥାପନ ପାଇଁ ଦାବି କରିବେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking