28.1 C
Bhubaneswar
Thursday, September 10, 2026
Homeଓଡିଶାଉତ୍ତର ବଙ୍ଗୋପସାଗରରେ ଲଘୁଚାପ: ୧୩ ଯାଏଁ ବର୍ଷା !

ଉତ୍ତର ବଙ୍ଗୋପସାଗରରେ ଲଘୁଚାପ: ୧୩ ଯାଏଁ ବର୍ଷା !

ଭୁବନେଶ୍ୱର:   ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିନା ଲଘୁଚାପ ପ୍ରଭାବରେ ଆଜି ସାରା ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି । କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ନବରଙ୍ଗପୁର, କୋରାପୁଟ, ରାୟଗଡ଼ା, ଗଞ୍ଜାମ ଗଜପତିକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।ମାଲକାନଗିରି, ନୂଆପଡ଼ା, ବଲାଙ୍ଗୀର, ବୌଦ୍ଧ, ଖୋର୍ଦ୍ଧା, ପୁରୀ, କଟକ ସହ ୨୩ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିପରି ଆସନ୍ତାକାଲିଠାରୁ ଶନିବାର ସକାଳ ସାଢ଼େ ୮ଟା ଯାଏଁ ୨୪ଜିଲ୍ଲାକୁ ସତର୍କତା। କଳାହାଣ୍ଡି, ନବରଙ୍ଗପୁର ଓ କୋରାପୁଟକୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ୨୧ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଶନିବାରରୁ ରବିବାର ସକାଳ ସାଢ଼େ ୮ଟା ଯାଏଁ ୧୫ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking