ଭୁବନେଶ୍ଵର: ଏମଏମଡିଆର ବିଲ ବିରୋଧ କରି ଭୁବନେଶ୍ୱର ଲୋୟର ପିଏମଜିରେ ଇଣ୍ଡିଆ ମେଣ୍ଟ ପକ୍ଷରୁ ବିଶାଳ ସମାବେଶ ଅନୁଷ୍ଠିତ ହୋଇଛି । ଆସନ୍ତା ୨୯ ତାରିଖରେ ବିଧାନସଭା ଘେରାଉ କରିବାକୁ ଇଣ୍ଡିଆ ବ୍ଲକର ନିଷ୍ପତି ହୋଇଥିବା ପିସିସି ସଭାପତି କହିଛନ୍ତି । ଏହି ବିଲ ଓଡ଼ିଶାକୁ କ୍ଷତି ଦେଇଛି । ତେଣୁ ଏହାକୁ ପ୍ରତ୍ୟାହାର କରିବାକୁ କଂଗ୍ରେସ ଓ ୮ଟି ରାଜନୈତିକ ଦଳ ଦାବି କରିଛନ୍ତି । ଏମଏମଡିଆର ବିଲ ପ୍ରତ୍ୟାହାର ନ ହେବା ପର୍ଯ୍ୟନ୍ତ ଇଣ୍ଡିଆ ମେଣ୍ଟ ତାର ପ୍ରତିବାଦ କାର୍ଯ୍ୟକ୍ରମ ଜାରି ରଖିବ ଏବଂ ଆଗକୁ ଏହା ମହା ଆନ୍ଦୋଳନର ରୂପ ନେବ ବୋଲି କଂଗ୍ରେସ ଓ ବାମ ଦଳର ନେତାମାନେ ସରକାରଙ୍କୁ ଚେତାବନୀ ଦେଇଛନ୍ତି ।
କଂଗ୍ରେସ କହିଛି ଯେ, ଓଡ଼ିଶା ପାଇଁ ଏମ୍ଏମ୍ଡିଆର୍ ବିଲ୍ ଏକ ଲଜ୍ୟାର ବିଷୟ । ବିଜେପିର ୨୦ ଜଣ ଏମପି କାହିଁକି ନୀରବ ଅଛନ୍ତି ? ଏହା ଓଡ଼ିଶା ପ୍ରତି ବିଶ୍ୱାସଘାତ । ୧୫ ହଜାର କୋଟି ଓଡ଼ିଶା ନପାଇବା କ୍ଷତି ନା ଲାଭ ବୋଲି ଇଣ୍ଡିଆ ମେଣ୍ଟ ପ୍ରଶ୍ନ କରିଛି । ଓଡ଼ିଶା ଭଳି ରାଜ୍ୟର ଅଧିକାର କ୍ଷୁର୍ଣ୍ଣ ହୋଇଛି । ଯାହାକୁ ନେଇ ଆସନ୍ତା ୨୯ ତାରିଖ ଦିନ କଂଗ୍ରେସ ବିଧାନସଭା ଘେରାଉ କରିବ । ୨୯ ତାରିଖ ପୂର୍ବରୁ ରାଜ୍ୟର ୪ଟି ସ୍ଥାନ ସୁନ୍ଦରଗଡ଼, ରାୟଗଡା, ଅନୁଗୁଳ ଓ କେନ୍ଦୁଝରରେ ବିଭିନ୍ନ ଦିନ ବଡ଼ ଆନ୍ଦୋଳନ ହେବ । ଶିକ୍ଷା ଓ ଏମଏମଡିଆର ପ୍ରସଙ୍ଗରେ କଂଗ୍ରେସ ବଡ଼ ଆନ୍ଦୋଳନ କରିବ । ଅନ୍ୟପଟେ ବିଜେଡି ମଧ୍ୟ ଏମଏମଡିଆର ବିଲକୁ ବିରୋଧ କରୁଛି । ବିଜେଡି ବିଧାୟକ ଅରୁଣ ସାହୁ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି ଯେ,ଏମ୍ଏମ୍ଡିଆର୍ ଆକ୍ଟକୁ କେନ୍ଦ୍ର ସରକାର ପରିବର୍ତ୍ତନ କଲେ । ଖଣି ଓ ଜମି ଯଦି ରାଜ୍ୟର ତାହାଲେ କେନ୍ଦ୍ର କାହିଁକି ଆମର ଜମି, ଜଙ୍ଗଲ ଓ ଖଣିକୁ ହାତକୁ ନେବ । ଦେଶର ଅନେକ ରାଜ୍ୟରେ ବିଜେପି ସରକାର । ହେଲେ କାହିଁକି ଜମି ଖଣି ଜଗା ସବୁ କେନ୍ଦ୍ର ହାତକୁ ନେବ । ଏହା ଅସମାହିତ ପ୍ରଶ୍ନ । ଆସନ୍ତାକାଲି ଲୋକଭବନ ସାମ୍ନାରେ ଆନ୍ଦୋଳନ ହେବ । ରାଜ୍ୟପାଳଙ୍କ ମାଧ୍ୟମରେ ରାଷ୍ଟ୍ରପତିଙ୍କୁ ଦାବିପତ୍ର ଦିଆଯିବ । ଆରପାର ଲଢେଇ ହେବ । ରାଜ୍ୟ ବିଜେପିର ନେତା କେନ୍ଦ୍ରର ଓକିଲାତି କରୁଥିବା ବେଳେ ନିଜକୁ ପଚାରନ୍ତୁ, ସେମାନେ କଣ କରୁଛନ୍ତି ?
ସେପଟେ MMDR ଆକ୍ଟ ଦ୍ୱାରା ଓଡ଼ିଶାର କ୍ଷତି ହେବ ନାହିଁ ବରଂ ଲାଭ ହେବ ବୋଲି ବିଜେପି ସାଂସଦ ପ୍ରଦୀପ ପୁରୋହିତ କହିଛନ୍ତି । ତେବେ ବିଜେଡି ଯଦି ଭ୍ରାନ୍ତ କଥା ଲେଖିବ, ଏମ୍ଏମ୍ଡିଆର୍ ଆକ୍ଟ ଦ୍ୱାରା ରାଜ୍ୟର କ୍ଷତି ହେବ ବୋଲି କହିବ । ଆମର ବି ଉତ୍ତର ଦାୟିତ୍ୱ ରହିଛି MMDR ଆକ୍ଟ ଦ୍ୱାରା ଓଡ଼ିଶାର କିଭଳି ଲାଭ ହେବ । ଏମ୍ଏମ୍ଡିଆର୍ ଆକ୍ଟର କଣ ସତ ତାହାକୁ ଲୋକଲୋଚନକୁ ଆଣିବୁ । ବିରୋଧୀ ହିସାବରେ ସେମାନେ ପ୍ରଶ୍ନ ଉଠାଇ ପାରିବେ । ବିଜେଡି ଏବଂ କଂଗ୍ରେସ ଲୋକଙ୍କ ମନ ଏମ୍ଏମ୍ଡିଆର୍ ଆକ୍ଟର ଭ୍ରମ ସୃଷ୍ଟି କରୁଛନ୍ତି ।










