33.1 C
Bhubaneswar
Monday, September 7, 2026
Homeଦେଶ ବିଦେଶଭୟଙ୍କର ବିମାନ ଦୁର୍ଘଟଣା! ରନୱେରୁ ଖସି ଜଳିଗଲା ଆମାଜନ୍‌ର କାର୍ଗୋ ପ୍ଲେନ୍

ଭୟଙ୍କର ବିମାନ ଦୁର୍ଘଟଣା! ରନୱେରୁ ଖସି ଜଳିଗଲା ଆମାଜନ୍‌ର କାର୍ଗୋ ପ୍ଲେନ୍

ଆମେରିକାର ମିଆମିରେ ଭୟଙ୍କର ବିମାନ ଦୁର୍ଘଟଣା । ଅବତରଣ ବେଳେ ରନୱେରୁ ଖସିଗଲା ଆମାଜନ୍‌ର କାର୍ଗୋ ବିମାନ । ଦୁର୍ଘଟଣା ପରେ ବିମାନଟିରେ ଭୟଙ୍କର ନିଆଁ ଲାଗିଯାଇଥିଲା । ଏହି ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ଅଧିକାରୀମାନେ ସୂଚନା ଦେଇଛନ୍ତି। ସୂଚନା ଅନୁସାରେ, ଆମାଜନ୍ ପ୍ରାଇମ୍ ଏୟାର ପାଇଁ ପରିଚାଳିତ ୨୧ ଏୟାରର ବୋଇଂ ୭୬୭-୩୦୦ ବିମାନଟି ପୁଏର୍ଟୋ ରିକୋର ସାନ୍ ଜୁଆନ୍‌ରୁ ମିଆମି ଅଭିମୁଖେ ଆସିଥିଲା । ଏହା ପ୍ରାଇମ୍ ଏୟାର ଫ୍ଲାଇଟ୍ ୭୫୯୮ ଭାବେ ଉଡ଼ାଣ କରୁଥିଲା ।

ରବିବାର ଦିନ ପ୍ରାୟ ୨ଟା ସମୟରେ ମିଆମି ଇଣ୍ଟରନ୍ୟାସନାଲ୍ ଏୟାରପୋର୍ଟରେ ଅବତରଣ କରୁଥିବା ବେଳେ ବିମାନଟି ରନୱେରୁ ବାହାରି ଯାଇଥିଲା । ଏହାପରେ ଏକାଧିକ ଯାନକୁ ଧକ୍କା ଦେଇ ବିମାନଟିରେ ନିଆଁ ଲାଗିଯାଇଥିଲା । ଘଟଣା ପରେ ଆକାଶରେ ଘନ କଳା ଧୂଆଁ ଛାଇଯାଇଥିଲା । ଦୁର୍ଘଟଣାର ଖବର ପାଇବା ପରେ ୬୦ରୁ ଅଧିକ ମିଆମି-ଡେଡ୍ ଫାୟାର୍ ରେସ୍କ୍ୟୁ ୟୁନିଟ୍ ଘଟଣାସ୍ଥଳରେ ପହଞ୍ଚିଥିଲେ । ଦମକଳ ବାହିନୀ ନିଆଁକୁ ନିୟନ୍ତ୍ରଣ କରିବା ସହ ପ୍ରଭାବିତ ଲୋକଙ୍କୁ ନେଇ ଉଦ୍ଧାର ଓ ଆକଳନ କାର୍ଯ୍ୟ ଜାରି ରଖିଥିଲେ । ଦୁର୍ଘଟଣା ପରେ ମିଆମି ଏୟାରପୋର୍ଟର ସମସ୍ତ ରନୱେ ଓ ଟ୍ୟାକ୍ସିୱେ ବନ୍ଦ କରାଯାଇଥିଲା । ବିମାନ ଚଳାଚଳ ମଧ୍ୟ ସାମୟିକ ଭାବେ ବନ୍ଦ ରହିଥିଲା । ଏହି ଘଟଣାର ତଦନ୍ତ କରିବ ଆମେରିକାର ଫେଡେରାଲ୍ ଏଭିଏସନ୍ ଆଡମିନିଷ୍ଟ୍ରେସନ୍ ବା FAA । ନ୍ୟାସନାଲ୍ ଟ୍ରାନ୍ସପୋର୍ଟେସନ୍ ସେଫ୍ଟି ବୋର୍ଡ ମଧ୍ୟ ଘଟଣା ସମ୍ପର୍କରେ ତଥ୍ୟ ସଂଗ୍ରହ କରୁଛି । ଆମାଜନ୍ ପକ୍ଷରୁ କୁହାଯାଇଛି ଯେ, ଘଟଣାରେ ପ୍ରଭାବିତ ସମସ୍ତଙ୍କ ସୁରକ୍ଷା ଓ କଲ୍ୟାଣ କମ୍ପାନୀର ପ୍ରାଥମିକତା । ସ୍ଥାନୀୟ ପ୍ରଶାସନ ଓ ଅଧିକାରୀଙ୍କ ସହ ମିଶି ଘଟଣାର ସବିଶେଷ ତଥ୍ୟ ଜାଣିବା ସହ ପ୍ରଭାବିତ ଲୋକଙ୍କୁ ସମ୍ଭବ ସମସ୍ତ ସହାୟତା ଯୋଗାଇ ଦିଆଯାଉଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking