ଭୁବନେଶ୍ୱର : ସ୍ବାମୀ ଲକ୍ଷ୍ମଣାନନ୍ଦ ହତ୍ୟାକାଣ୍ଡ ନେଇ ପୂର୍ବ ବିଜେଡି ସରକାରକୁ ଆଇନ ମନ୍ତ୍ରୀଙ୍କ ଟାର୍ଗେଟ୍। ଜାଣିଶୁଣି କମିସନ୍ ରିପୋର୍ଟକୁ ହଜେଇ ଦେଇଥିବା ନେଇ ଦୋଷ ଲଦିଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ସେ କହିଛନ୍ତି କମିସନ୍ ରିପୋର୍ଟ ପୂର୍ବ ସରକାର ଜାଣିଶୁଣି ହଜାଇଛନ୍ତି। ତେବେ ଏହାକୁ ନେଇ ସରକାର ଗୁରୁତ୍ବର ସହିତ ତଦନ୍ତ ଆରମ୍ଭ କରିଛନ୍ତି। ଆମର ପୂର୍ଣ୍ଣ ଆଶା କମିସନ୍ ରିପୋର୍ଟ ମିଳିବ, ଦୋଷୀ ଦଣ୍ଡ ପାଇବେ। କିଏ, କାହିଁକି ତଦନ୍ତ ରିପୋର୍ଟକୁ ଚାପିଥିଲେ ତାହା ରିପୋର୍ଟ ଆସିଲା ପରେ ଜଣାପଡ଼ିବ ବୋଲି ମନ୍ତ୍ରୀ କହିଛନ୍ତି। ଯେଉଁମାନଙ୍କ ଏଥିରେ ସମ୍ପୃକ୍ତି ଅଛି ସେମାନଙ୍କୁ ଦଣ୍ଡିତ କରାଯିବ। ସ୍ୱାମୀଜୀଙ୍କ ହତ୍ୟାକାଣ୍ଡରେ ଷଡ଼ଯନ୍ତ୍ର ଥିବା ସନ୍ଦେହ ସୃଷ୍ଟି ହେଉଛି ବୋଲି କହିଛନ୍ତି ମନ୍ତ୍ରୀ। ତେବେ ଆଇନ ମନ୍ତ୍ରୀଙ୍କ ଅଭିଯୋଗ ନେଇ ବିଜେଡି ପକ୍ଷରୁ ପ୍ରତିକ୍ରିୟା ମିଳିପାରି ନାହିଁ।










