ଏମଏମଡିଆର ଆମେଣ୍ଡମେଣ୍ଟ ଆକ୍ଟ ପ୍ରସଙ୍ଗ
୧୦ ପ୍ରଶ୍ନର ଜବାବ୍ ମାଗିଲେ ବିଜେଡି ବିଧାୟକ ଅରୁଣ ସାହୁ
ନୟାଗଡ଼: ନୟାଗଡ଼ ବିଜୁ ଜନତା ଦଳ କାର୍ଯ୍ୟାଳୟରୁ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ । ଏମଏମଡିଆର ତଥା ଖଣି ନୀତିକୁ ନେଇ ସେ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିବା ସହ ୧୦ ପ୍ରଶ୍ନ ପଚାରିଛନ୍ତି । ୨୦୨୨ ମସିହା ଫେବୃୟାରୀ ୨୨ ତାରିଖରେ ଓଡ଼ିଶାର ଖଣି ନୀତିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତକ୍ରଳୀନ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭୂରିଭୂରି ପ୍ରଶଂସା କରିଥିଲେ । ନିଲାମରୁ ଯେତିକି ରାଜସ୍ୱ ଆସୁଛି ଓଡ଼ିଶା ସବୁଠାରୁ ଅଧିକ, ଖଣି ସଂସ୍କାର କରିବାରେ ସାରା ଭାରତ ବର୍ଷରେ ଓଡ଼ିଶା ସବୁଠାରୁ ଅଗ୍ରଣୀ ରାଜ୍ୟ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।
ଏବେ ଏମଏମଡିଆର ବିଲକୁ ନେଇ ଓଡ଼ିଶାରେ ହଟଚମଟ ଚାଲିଛି, ତର୍କବିତର୍କ ଚାଲିଛି । ମୁଖ୍ୟମନ୍ତ୍ରୀଙ୍କୁ ବିରୋଧି ଦଳ ନେତା ଏକ ଚିଠି ଲେଖିଥିଲେ । ତୁରନ୍ତ ବିଧାନସଭା ଡକାଅ ଓ ଆଲୋଚନା କର । ସେ ଉତ୍ତର ଦେଲେ ନାହିଁ । ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଏକ ବୟାନ ଦେଲେ । ପୁଣି ନବୀନ ବାବୁ ଏକ ଚିଠି ଲେଖି ରାଜ୍ୟରେ ବିଜେପି ଦଳର ରହିଥିବା ୨୦ ଜଣ ଏମ୍ପି ଚୁପ ନରହି ବିବେକାନୁଦିତ କାର୍ଯ୍ୟ କରନ୍ତୁ ବୋଲି କହିଛନ୍ତି । ଯଦି ସେମାନେ ଚୁପ ରହିବେ, ଇତିହାସ ପାଇଁ ତାଙ୍କୁ ବହୁ ମୁଲ୍ୟ ଦେବାକୁ ପଡ଼ିବ । ଚୁପ୍ ନରହି କେନ୍ଦ୍ର ସରକାରଙ୍କ ନିକଟରେ ସେମାନେ ଦାବି କରନ୍ତୁ । ପୁଣିଥରେ ଧର୍ମେନ୍ଦ୍ର ପ୍ରଧାନ ନବୀନ ବାବୁଙ୍କୁ ଏକ ଚିଠି ଲେଖିଛନ୍ତି, ଯାହା ରାଜ୍ୟ ସ୍ୱାର୍ଥକୁ ସୁରକ୍ଷା ଦେବା ବଦଳରେ ଭାରତୀୟ ଜନତା ପାର୍ଟି ସ୍ୱାର୍ଥକୁ ସୁରକ୍ଷା ଦେଉଛି । ସୋସିଆଲ ମିଡିଆରେ ଏମ୍ଏମ୍ଡିଆର୍ ବିଲକୁ ନେଇ ରାଜ୍ୟବାସୀଙ୍କ କମେଣ୍ଟ ଗୁଡ଼ିକ ପଢ଼ିବା ନିହାତି ଆବଶ୍ୟକ ବୋଲି କହିଛନ୍ତି । ସଂଘୀୟ ବ୍ୟବସ୍ଥା ଅନୁସାରେ, ରାଜ୍ୟ ସହିତ ଆଲୋଚନା କରି ବିଲ୍ ଉପସ୍ଥାପନ କରାଯିବା କଥା । କେନ୍ଦ୍ର ସରକାର ରାଜ୍ୟ ସହିତ ଆଲୋଚନା କରି ନାହାନ୍ତି । ୯ ଜଣିଆ ଖଣ୍ଡପୀଠଙ୍କ ନିଦେ୍ର୍ଦଶ ଅନୁସାରେ, ବକେୟା ରାଜସ୍ୱ ଆଦାୟ ହୋଇଥିଲେ ଡବଲ ଇଞ୍ଜିନ ସରକାର ବାହାବା ନେଇଥାନ୍ତା । ଓଡ଼ିଶା ସରକାରଙ୍କ ପାଖରେ ଅର୍ଥ ଅଭାବ ପାଇଁ ଚାରି ଚାରି ମାସର ବାର୍ଦ୍ଧକ୍ୟ ଭତ୍ତା ଦିଆଯାଇ ପାରୁନାହିଁ । ଲକ୍ଷ ଲକ୍ଷ ସରକାରୀ ପଦବୀ ଖାଲି ପଡ଼ିଥିଲେ ମଧ୍ୟ ରାଜ୍ୟ ସରକାର ନିଯୁକ୍ତି ଦେଇ ପାରୁନାହାନ୍ତି । ଓଡ଼ିଶାର ବିଭିନ୍ନ କ୍ଷେତ୍ରରେ ହାହାକାର ଦେଖାଦେଇଛି । ଋଣଭାର ଆଶାତୀତ ଭାବେ ବୃଦ୍ଧି ପାଉଛି । ୨୦୧୪-୧୫ରେ ଖଣି ସଂଶୋଧନ ବିଲ୍ ଆଣିବା ପରେ ଓଡ଼ିଶାରେ ୫ ହଜାର କୋଟି ରାଜସ୍ୱ ବୃଦ୍ଧି ପାଇଁ ୫୦ ହଜାର କୋଟି ଟଙ୍କାରେ ପହଞ୍ଚିଥିବା ସରକାରୀ ଦଳ କହୁଥିବା ବେଳେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଏହା ଉପରେ ଏକ ତଥ୍ୟ ଉପସ୍ଥାପନ କରିଛନ୍ତି । ଝାଡ଼ଖଣ୍ଡରେ ୨୦୧୪-୧୫ ମସିହାରେ ୩ ହଜାର କୋଟିରୁ ୨୦୨୩-୨୪କୁ ୬ ହଜାର କୋଟି ଛୁଇଁଥିଲା । ୨୦୧୪-୧୫ରେ ଛତିଶଗଡ଼ ସରକାର ୩ ହଜାର ୫ ଶହ କୋଟିରୁ ବଢ଼ି ୧୩ ହଜାର କୋଟି ହୋଇଛି । ମହାରାଷ୍ଟ୍ରରେ ୧୯୦୦ କୋଟିରୁ ବଢ଼ି ୬୯୦୦ କୋଟି ଛୁଇଁଛି । ଗୁଜୁରାଟରେ ୨୦୧୪-୧୫ରେ ୪ହଜାର ୨୦ କୋଟି ଟଙ୍କା ରାଜସ୍” ଆସୁଥିଲା । ୨୦୨୩-୨୪ରେ ୫ ହଜାର ୮ ଶହ ଟଙ୍କା ଛୁଇଁଥିଲା । ଗୁଜୁରାଟ୍ ମଡେଲ୍ ସରକାର ରାଜସ୍ୱ ଆଦାୟ କ୍ଷେତ୍ରରେ ଆଗେଇଲେ ନାହିଁ କାହିଁକି ?
ଯେଉଁ ରାଜ୍ୟ ଖଣି କ୍ଷେତ୍ରରେ ସଂସ୍କାର ଆଣି ପାରିଥିଲେ, କେବଳ ସେଠି ରାଜସ୍ୱ ଅବିବୃଦ୍ଧି ଘଟିଥିଲା । ଓଡ଼ିଶା ତାହାର ଉଦାହରଣ ବୋଲି ନୟାଗଡ଼ ବିଧାୟକ କହିଛନ୍ତି । ଏମ୍ଏମ୍ଡିଆର୍ ପ୍ରସଙ୍ଗକୁ ନେଇ ବିଧାୟକ ଅରୁଣ ୧୦ଟି ପ୍ରଶ୍ନ ପଚାରିଛନ୍ତି । ରାଜ୍ୟର ଲୋକସଭାରେ ୨୦ ଏମ୍ପି, ରାଜ୍ୟ ସଭାରେ ୫ ଏମ୍ପି କାହିଁକି ପାଟି ଖୋଲୁ ନାହାନ୍ତି? ଏମ୍ଏମଡିଆର୍ ବିଲ୍ କାହିଁକି ଆଲୋଚନା ନହୋଇ ୫ ମିନିଟ୍ରେ ପାସ କାହିଁକି ହେଲା ? ତରବରିଆ ଭାବେ ଏହି ବିଲ୍ ପାସ୍ କରାଗଲା । କେଉଁ ଖଣିପତି, ଆରବପତି, କେଉଁ ବେପାରୀଙ୍କ ପାଇଁ ଏହା କରଗଲା ? ଏହା କେଉଁ ଗଣତାନ୍ତ୍ରିତ ବିଧି ବ୍ୟବସ୍ଥା ? ଓଡ଼ିଶା ୯୦ ପ୍ରତିଶତ ପାଇବା କଥା ବିଲ୍ର କେଉଁଠି ଲେଖାଯାଇଛି ? ଓଡ଼ିଶାର ଖଣି ନୀତିକୁ ପ୍ରଧାନମନ୍ତ୍ରୀ ମୋଦି ପ୍ରଶଂସା କରିଥିବା ବେଳେ ରାଜ୍ୟ ଇଞ୍ଜିନ କାହିଁକି ବିରୋଧ କରୁଛି ? ବିଜେପି ପାର୍ଟିକୁ ଚାନ୍ଦା ଆସିବା ପାଇଁ ତରବରିଆ ବିଲ୍ ପାସ୍ କରାଯିବା, ପାର୍ଟିର ସ୍ୱାର୍ଥ ନାଁ ମାଟିର ସ୍ୱାର୍ଥ ? ଜମିର ମାଲିକ ରାଜ୍ୟ ସରକାର ହୋଇଥିବା ବେଳେ ଖଣି ଓ ଖଣିଜ ଜମି ଗୁଡ଼ିକୁ କେନ୍ଦ୍ର ସରକାର ନିଜ ନାଁକୁ ନେଇ ଯିବା ପଛରେ କ’ଣ ଉଦେ୍ଦଶ୍ୟ ରହିଛି ? ରାଜ୍ୟ ସରକାର ଟିକସ ଆଦାୟ କରି କେନ୍ଦ୍ରକୁ ଦିଆଯିବା କଥା, ଏଥିରେ ତଥା ଖଣି ଖାଦାନାରେ କାହିଁକି କେନ୍ଦ୍ର ଟିକସ ଆଦାୟ କରି ରାଜ୍ୟକୁ ଦେବେ ବୋଲି ଆମେ ପ୍ରଶ୍ନ ରଖୁଛି ? ବିଲକୁ ସାର୍ବଜନୀନ କର, କେତୋଟି ଖଣି ଅଛି, କେଉଁ ଖଣି କିଏ ନେଇଛନ୍ତି, ଖଣିପତିମାନେ କେତେ ଉତ୍ତୋଳନ କରିଛନ୍ତି । ଖଣି ଖୋଳିକୁ କେତେ ଖୋଳ କରିଛନ୍ତି, ତାହା ସାର୍ବଜନୀନ କର ବୋଲି କହିଛନ୍ତି ।










