32.1 C
Bhubaneswar
Thursday, September 3, 2026
Homeଓଡିଶାଅଣ୍ଡା ଦରକୁ ନେଇ ମନ୍ତ୍ରୀଙ୍କ ବଡ଼ ବୟାନ; ସ୍ଥିତି ସ୍ୱାଭାବିକ ହେଲେ କମିବ

ଅଣ୍ଡା ଦରକୁ ନେଇ ମନ୍ତ୍ରୀଙ୍କ ବଡ଼ ବୟାନ; ସ୍ଥିତି ସ୍ୱାଭାବିକ ହେଲେ କମିବ

ଭୁବନେଶ୍ୱର: ରାଜ୍ୟରେ ଅଣ୍ଡା ଦର ବୃଦ୍ଧି ପରେ ଏବେ ଧୀରେ ଧୀରେ ଦର କମିବ ବୋଲି କହିଛନ୍ତି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳା ନନ୍ଦ ମଲ୍ଲିକ । ଓଡିଶାର ଅଣ୍ଡାର ଚାହିଦା ରହିଥିବା ସହ ରାଜ୍ୟରୁ ବାହାରକୁ ମଧ୍ୟ ଅଣ୍ଡା ଯାଉଥିବାରୁ ଦର ବଢିଥିବା ସେ କହିଛନ୍ତି । ବର୍ତ୍ତମାନ ରାଜ୍ୟରେ ପ୍ରତିଦିନ ପ୍ରାୟ ୧ କୋଟି ୨୫ ଲକ୍ଷ ଅଣ୍ଡା ଉତ୍ପାଦନ ହେଉଛି । ଏହାକୁ ବୃଦ୍ଧି କରି ଦୈନିକ ୨ କୋଟି ଅଣ୍ଡା ଉତ୍ପାଦନ କରିବା ସରକାରଙ୍କ ଲକ୍ଷ୍ୟ ରହିଛି । କୁକୁଡା ଚାଷ ପାଇଁ ସରକାରଙ୍କ ଲକ୍ଷ୍ୟ ରହିଛି । କୁକୁଡା ଚାଷ ପାଇଁ ସରକାର ବିଭିନ୍ନ ପ୍ରୋତ୍ସାହନ ଦେଉଥିବାରୁ ଆଗାମୀ ଦିନରେ ରାଜ୍ୟର ଅଣ୍ଡା ଉତ୍ପାଦନ ଆହୁରି ବଢିବ । ବନ୍ୟା ଯୋଗୁଁ କିଛି ଫାର୍ମ ପ୍ରଭାବିତ ଓ ନଷ୍ଟ ହୋଇଥିବାରୁ ଏହାର ପ୍ରଭାବ ମଧ୍ୟ ଦର ଉପରେ ପଡିଛି । ତେବେ ସ୍ଥିତି ଧୀରେ ଧୀରେ ସ୍ୱାଭାବିକ ହେବ ଏବଂ ଅଣ୍ଡା ଦର କମିବ । ଅନ୍ୟପଟେ ଚକେନ ଦର ନିୟନ୍ତ୍ରଣ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ଅଧୀନରେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ମନ୍ତ୍ରୀ । ଉତ୍ପାଦନ ଓ ବଜାର ସ୍ଥିତି ଅନୁସାରେ ଚିକେନ ଦର ନିର୍ଦ୍ଧାରିତ ହୋଇଥାଏ ବୋଲି ସେ କହିଛନ୍ତି । ବନ୍ୟାରେ ଫାର୍ମଗୁଡିକ ପ୍ରଭାବିତ ହୋଇଥିବାରୁ ବର୍ତ୍ତମାନ ଦର ବଢିଥିଲେ ମଧ୍ୟ ଧୀରେ ଧୀରେ ଏହା କମିବ । ବଡ ବଡ କମ୍ପାନୀ ଗ୍ରାମାଞ୍ଚଳରେ ଲୋକଙ୍କୁ ବିଭିନ୍ନ ସମୟରେ ଚିଆଁଠାରୁ ଦାନା ଯାଏଁ ଯୋଗାଇ କୁକୁଡା ଚାଷରେ ସହଯୋଗ କରୁଥିବା ମନ୍ତ୍ରୀ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking