ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଏସିଏଫ ସୌମ୍ୟ ରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟା ଭାରତୀଙ୍କର ଆବେଦନର ଶୁଣାଣି ଶେଷ ହୋଇଛି । ଶୁଣାଣିର ଶେଷ କରି ବିଦ୍ୟା ଭାରତୀଙ୍କ ଦୁଇଟି ଆବେଦନର ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଛନ୍ତି ହାଇକୋର୍ଟ । ନିମ୍ନ ଅଦାଲତରେ ବ୍ୟକ୍ତିଗତ ହାଜିରାରୁ ମୁକ୍ତି ପାଇଁ ବିଦ୍ୟା ଭାରତୀ ଆବେଦନ କରିଥିଲେ । ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ରାୟ ସଂରକ୍ଷିତ ରଖିଛନ୍ତି ହାଇକୋର୍ଟ । ହାଇ ପ୍ରୋଫାଇଲ ମାମଲାରେ ତତ୍କାଳୀନ ଡିଏଫଓ ସଂଗ୍ରାମ କେଶରୀ ବେହେରା ପୂର୍ବରୁ ପାରଳାଖେମୁଣ୍ଡି ଏସଡିଜେଏମ କୋର୍ଟ ରେ ଆତ୍ମସମର୍ପଣ କରିଛନ୍ତି । କୋର୍ଟ ତାଙ୍କର ଜାମିନ ଆବେଦନକୁ ଖାରଜ କରି ଦେଇଥିଲେ । ପରେ ତାଙ୍କୁ ରାଜ୍ୟ ସରକାର ଚାକିରୀରୁ ସସପେଣ୍ଡ ବି କରିଥିଲେ ।










