29.1 C
Bhubaneswar
Monday, August 31, 2026
Homeଓଡିଶାନାଟମଣ୍ଡପରେ ଲାଗିଲା ସେଣ୍ଟ୍ରାଲ ଏସି

ନାଟମଣ୍ଡପରେ ଲାଗିଲା ସେଣ୍ଟ୍ରାଲ ଏସି

ପୁରୀ : ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତମାନେ ଏବେ ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ ବ୍ୟବସ୍ଥାରେ ଶ୍ରୀମନ୍ଦିର ଭିତରେ ମହାପ୍ରଭୁଙ୍କ ଦର୍ଶନ କରିବେ। ଶ୍ରୀମନ୍ଦିର ନାଟମଣ୍ଡପକୁ ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ କରାଯାଇଛି। ଗତ ଏକମାସ ଧରି ଶୀତତାପ ନିୟନ୍ତ୍ରିତ ବ୍ୟବସ୍ଥା ପରୀକ୍ଷାମୂଳକ ଭାବେ କରାଯାଇଥିବା ବେଳେ ଆଜିଠାରୁ ପୂର୍ଣ୍ଣ ରୂପରେ ଶୀତତାପ ନିୟନ୍ତ୍ରିତ ବ୍ୟବସ୍ଥା କୁ କାର୍ଯ୍ୟକାରୀ କରାଯାଇଛି। ଏଣିକି ଭକ୍ତମାନେ ନାଟମଣ୍ଡପରେ ପ୍ରବଳ ଗରମ ଓ ଗୁଳୁଗୁଳିର ସମ୍ମୁଖୀନ ହେବେ ନାହିଁ।

ପ୍ରବଳ ଗୁଳୁଗୁଳି ଯୋଗୁଁ ଅନେକ ସମୟରେ ଭକ୍ତମାନେ ଅଣନିଃଶ୍ବାସୀ ହୋଇ ଅସୁସ୍ଥ ହୋଇ ପଡୁଥିବାବେଳେ ଅନେକ ଭକ୍ତ ପ୍ରବଳ ଗରମ ଓ ଗୁଳୁଗୁଳି ଯୋଗୁଁ ଶ୍ରୀମନ୍ଦିର ଭିତରେ ବାନ୍ତି କରିଦିଅନ୍ତି। ଏହାଦ୍ବାରା ଅନେକ ସମୟରେ ମହାପ୍ରଭୁଙ୍କ ନୀତିକାନ୍ତିରେ ବାଧା ସୃଷ୍ଟି ହୋଇଥାଏ। ସେପଟେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ କହିଛନ୍ତି ନାଟମଣ୍ଡପକୁ ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ କରାଯାଇଥିବାରୁ ଭକ୍ତମାନେ ଅତି ସୁନ୍ଦର ଭାବେ ମହାପ୍ରଭୁଙ୍କ ଦର୍ଶନ ପାଇପାରିବେ। ଶୃଙ୍ଖଳିତ ଦର୍ଶନ ପାଇଁ ଆଗାମୀ ଦିନରେ ରାଜ୍ୟ ସରକାର ଧାଡ଼ି ଦର୍ଶନ ବ୍ୟବସ୍ଥା ନାଟମଣ୍ଡପ ରେ କାର୍ଯ୍ୟକାରୀ କରିବେ ବୋଲି କହିଛନ୍ତି ମୁଖ୍ୟ ପ୍ରଶାସକ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking