30.1 C
Bhubaneswar
Saturday, August 29, 2026
Homeଓଡିଶାସୁଜିତ ରାଉଳଙ୍କ ଆଗୁଆ ଜାମିନ ଆବେଦନକୁ ଖାରଜ କଲେ ହାଇକୋର୍ଟ

ସୁଜିତ ରାଉଳଙ୍କ ଆଗୁଆ ଜାମିନ ଆବେଦନକୁ ଖାରଜ କଲେ ହାଇକୋର୍ଟ

କଟକ: ବଢିଲା ଚୌଦ୍ୱାର ଜେଲ ଅଧୀକ୍ଷକଙ୍କ ସୁଜିତ ରାଉଳଙ୍କ ଅଡୁଆ । ସୁଜିତ ରାଉଳଙ୍କ ଆଗୁଆ ଜାମିନ ଆବେଦନକୁ ଖାରଜ କଲେ ହାଇକୋର୍ଟ । କୌଣସି ମୂହୂର୍ତ୍ତରେ ହୋଇପାରନ୍ତି ଗିରଫ । ଚୌଦ୍ୱାର ଜେଲରୁ ଦୁଇ ବିହାରୀ କଏଦୀ ଫେରାର ସହିତ ପୂର୍ବତନ ଜେଲର ସନ୍ତୋଷିନୀ ଦାସଙ୍କ ଦସ୍ତଖତ ଜାଲିଆତି କରିବା ନେଇ ଚୌଦ୍ୱାର ଥାନାରେ ମାମଲା ରୁଜୁ ହୋଇଥିଲା । ଏହି ମାମଲାରେ ପୋଲିସ ତଦନ୍ତ କରୁଥିବା ବେଳେ ସୁଜିତ ସହଯୋଗ କରିନଥିଲେ କି ଜେଲର ମିନିଟ ବୁକ ଦାଖଲ କରିନଥିଲେ । ବାରମ୍ବାର ରିମାଇଣ୍ଟର ପରେ ବି ମିନିଟ ବୁକ ଦାଖଲ ନକରିବାନେଇ କୋର୍ଟଙ୍କ ନିକଟରେ ପ୍ରମାଣ ଦାଖଲ କରିଥିଲା ପୋଲିସ । ଆଗୁଆ ଜାମିନ ପାଇଁ ସୁଜିତ ଆବେଦନ କରିଥିବା ବେଳେ ଗତ ୨୪ ତାରିଖ ଦିନ ଏହାର ଶୁଣାଣି କରି ରାୟ ସଂରକ୍ଷଣ ରଖିଥିଲେ ଅଦାଲତ । ଆଜି କୋର୍ଟ ସୁଜିତଙ୍କ ଆଗୁଆ ଜାମିନ ଆବେଦନ ଖାରଜ କରିବା ସହିତ ପୂର୍ବରୁ ଦିଆଯାଇଥିବା ଅନ୍ତରୀଣ ସୁରକ୍ଷାକୁ ମଧ୍ୟ ହଟାଇ ଦେଇଛନ୍ତି । କୌଣସି ମୂହୁର୍ତ୍ତରେ ବି ଗିରଫ ହୋଇପାରନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking