31.1 C
Bhubaneswar
Friday, August 28, 2026
Homeଓଡିଶାଅପଦସ୍ଥ କଲେ ଜାଳି ଶେଷ କରିଦେବି: ଜୁଏଲ

ଅପଦସ୍ଥ କଲେ ଜାଳି ଶେଷ କରିଦେବି: ଜୁଏଲ

ରାଉରକେଲା: ରାଉରକେଲା ରାଜନୀତିକୁ ନେଇ ଖୋଲା ଚ୍ୟାଲେଞ୍ଜ୍‌ କଲେ ଜୁଏଲ ଓରାମ କହିଲେ ରାଉରକେଲାରେ କିଛି ଲୋକ ମୋତେ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି । କିଛି ଲୋକ ପଇସାପତ୍ର ଖର୍ଚ୍ଚ କରି ବଦନାମ କରିବାକୁ ଚେଷ୍ଟା କରୁଛନ୍ତି । ଭାବୁଛନ୍ତି ଜୁଏଲ ଓରାମ ଡ୍ରପ୍‌ ହୋଇଗଲେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବେ  । କିନ୍ତୁ ଏଇ ପାର୍ଟିକୁ ମୁଁ ରକ୍ତ ମାଂସ ଦେଇ ଗଢ଼ିଛି, ଏ ପାର୍ଟି ମୋତେ ଚିହ୍ନିଛି  । ପାର୍ଟି ମୋତେ ଯେତିକି ସ୍ଥାନ ଦେଇଛି, ତାହା ଯଥେଷ୍ଟ  ।ମୋ ପ୍ରତିଷ୍ଠା ବାବଦରେ ଯଦି କେହି ହାତ ଉଠାଇବ, ସେ ହାତକୁ କାଟିଦେବି ।ନିର୍ବାଚନ ଲଢ଼ିବିନି ବୋଲି କହିଥିଲି, ଏବେ କହୁଛି ଆଉଥରେ ନିର୍ବାଚନ ଲଢ଼ିବି’ ମୁଁ ଦେଖିବି ମୋ ବିରୋଧରେ କିଏ କାମ କରୁଛି, ଅବସ୍ଥା କଣ ହେବ  ।ଅନ୍ୟ ପାର୍ଟିରୁ ଆସି ପଇସା ଖର୍ଚ୍ଚ କରି ମୋତେ ଅସ୍ଥିର କରିବାକୁ ଚେଷ୍ଟା କରୁଛନ୍ତି । ମୁଁ ସଂଗଠନ ସମ୍ପାଦକ ମାନସ ମହାନ୍ତିଙ୍କୁ ଏନେଇ ସବୁକିଛି ଅବଗତ କରିଛି’ ଦରକାର ପଡ଼ିଲେ କେନ୍ଦ୍ର ନେତୃତ୍ବଙ୍କୁ ମଧ୍ୟ ଅବଗତ କରାଇବି’ ମୋତେ ଯିଏ ଅପଦସ୍ଥ କରିବାକୁ ଚେଷ୍ଟା କରୁଛି ତାକୁ ଜାଳି ଶେଷ କରିଦେବି  ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking