ବାଲେଶ୍ବର : ଟ୍ରାକ୍ଟରରେ ବନ୍ୟାଞ୍ଚଳ ବୁଲିଲେ ବାଲେଶ୍ବର ସାଂସଦ ପ୍ରତାପ ଷଡଙ୍ଗୀ । ବନ୍ୟା ପରେ ବନ୍ୟା ବବସ୍ତା ବାସୀଙ୍କୁ ଅତିଷ୍ଠ କରି ପକାଇଲାଣି । ଏକ ମାସ ଧରି ବନ୍ୟା ଘେରରେ ରହିଛି ଅନେକ ଗାଁ । ଏବେବି ରାସ୍ତା ଉପରେ ପ୍ରବାହିତ ହେଉଛି ଜଳକା ନଦୀର ବନ୍ୟା ପାଣି । ନଦୀର ଜଳସ୍ତର ଧିରେ ଧିରେ କମୁଛି ହେଲେ ଚାଷ ଜମିରୁ ପାଣି ଛାଡିବା ନାଁ ଧରୁନି । ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ ଇଡଦା ପଞ୍ଚାୟତର କାଳୁଖା, ଉଚ୍ଚଡିହା , ଭିତର ବ୍ରହ୍ମତ୍ତର ଗାଁ ପାଣି ଘେରରେ ରହିଥିବା ବେଳେ ରାସ୍ତା ଉପରେ ପ୍ରବାହିତ ହେଉଛି ବନ୍ୟାପାଣି । ଲୋକେ ଟ୍ରାକ୍ଟରରେ ଯାତିୟତ କରୁଛନ୍ତି । ବାଲେଶ୍ବର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଟ୍ରାକ୍ଟର ରେ ଏହି ଗାଁ କୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହିତ ପ୍ରତିକାର ପାଇଁ ବ୍ୟବସ୍ଥା କରିବେ ବୋଲି କହିଛନ୍ତି ।










