33.1 C
Bhubaneswar
Tuesday, August 25, 2026
Homeଦେଶ ବିଦେଶଦିଲ୍ଲୀରେ ବଢ଼ୁଛି ସ୍ୱାଇନ୍ ଫ୍ଲୁ ଚିନ୍ତା !

ଦିଲ୍ଲୀରେ ବଢ଼ୁଛି ସ୍ୱାଇନ୍ ଫ୍ଲୁ ଚିନ୍ତା !

ନୂଆଦିଲ୍ଲୀଦିଲ୍ଲୀରେ ବଢ଼ୁଛି ସ୍ୱାଇନ୍ ଫ୍ଲୁ ଚିନ୍ତା । ଦିନକୁ ଦିନ ବଢ଼ୁଥିବା H1N1 ମାମଲାକୁ ନେଇ ଏବେ ସତର୍କ ହୋଇଛନ୍ତି ଦିଲ୍ଲୀ ସରକାର। ରାଜଧାନୀରେ ଏପର୍ଯ୍ୟନ୍ତ ୨,୩୦୮ଟି ସ୍ୱାଇନ୍ ଫ୍ଲୁ ମାମଲା ଚିହ୍ନଟ ହୋଇଥିବା ଜଣାପଡ଼ିଛି । ଗତ କିଛି ବର୍ଷର ହାରାହାରି ତୁଳନାରେ ଏହି ସଂଖ୍ୟା ପ୍ରାୟ ୮ ଗୁଣ ଅଧିକ ବୋଲି କୁହାଯାଉଛି । ଏହାକୁ ନେଇ ଦିଲ୍ଲୀ ସ୍ୱାସ୍ଥ୍ୟ ବିଭାଗ ଆଲର୍ଟ ମୋଡ୍‌ରେ ରହିଛି । ତେବେ କେବଳ ସ୍ୱାଇନ୍ ଫ୍ଲୁ ନୁହେଁ, ଦେଶରେ ଏବେ ଏକାଧିକ ଶ୍ୱାସଜନିତ ଭାଇରସ୍‌ର ଉପସ୍ଥିତି ଚିହ୍ନଟ ହେଉଛି । ଆଇସିଏମ୍‌ଆର୍‌ ମହାନିର୍ଦ୍ଦେଶକ ରାଜୀବ ବହଲଙ୍କ ସୂଚନା ଅନୁସାରେ, ପ୍ରାୟ ୬୫୦ଟି ଫ୍ଲୁ ମାମଲା ମଧ୍ୟ ରେକର୍ଡ ହୋଇଛି । ଏହାସହ ଇନ୍‌ଫ୍ଲୁଏଞ୍ଜା-ବି ଏବଂ କିଛି କୋଭିଡ୍ ମାମଲା ମଧ୍ୟ ଚିହ୍ନଟ ହେଉଛି ।ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ବର୍ତ୍ତମାନ ଦେଶର ଶ୍ୱାସଜନିତ ସଂକ୍ରମଣ ମଧ୍ୟରେ H1N1ର ପ୍ରଭାବ ଅଧିକ ରହିଛି । ଇନ୍‌ଫ୍ଲୁଏଞ୍ଜା-ବି ମଧ୍ୟ ଚିହ୍ନଟ ହେଉଛି, ହେଲେ ଏହା ଏବେ ପ୍ରମୁଖ ଭାଇରସ୍ ନୁହେଁ । ଏଥିସହ କିଛି କୋଭିଡ୍ ମାମଲା ମଧ୍ୟ ସାମ୍ନାକୁ ଆସୁଛି। ଅର୍ଥାତ୍ ବର୍ତ୍ତମାନ ତିନି ପ୍ରକାରର ଭାଇରସ୍ ଇନ୍‌ଫ୍ଲୁଏଞ୍ଜା-ଏ, ଇନ୍‌ଫ୍ଲୁଏଞ୍ଜା-ବି ଏବଂ କୋଭିଡ୍ ଉପରେ ନଜର ରଖାଯାଉଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking