ଭୁବନେଶ୍ୱର: ତଳିଆ ବନ୍ୟା ବିପଦ ନେଇ ପ୍ରେସମିଟରେ ସୂଚନା ଦେଲେ ସର୍ବୋଚ୍ଚ ଯନ୍ତ୍ରୀ । ବୈତରଣୀ, ସାଳନ୍ଦୀ, ସୁବର୍ଣ୍ଣରେଖା, ବ୍ରାହ୍ମଣୀ ନଦୀରେ ବନ୍ୟା ସ୍ଥିତି ନାହିଁ । ଛତିଶଗଡରେ ବର୍ଷା ଯୋଗୁଁ ମହାନଦୀରେ ପାଣିସ୍ତର ବଢିଛି । ମହାନଦୀରେ ଛୋଟ ବନ୍ୟା ଆଶଙ୍କା, ୮ରୁ ୧୦ ଘଣ୍ଟା ପର୍ଯ୍ୟନ୍ତ ପାଣି ରହିବ । ମୁଣ୍ଡଳୀରେ କାଲି ସୁଦ୍ଧା ସାଢେ ୬ ଲକ୍ଷରୁ ୬ ଲକ୍ଷ ୭୦ ହଜାର କ୍ୟୁସେକ ପାଣି ଯିବ । ବଂଶଧାରା ବର୍ଷା ଯୋଗୁଁ ଫ୍ଲାସ ଫ୍ଲଡ ରହିଥିଲା । ଏବେ ପାଣି କମିଗଲାଣି । ଆଗକୁ ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ନଥିବାରୁ ଆହୁରି ସୁଧାର ଆସିବ ।










