ଭୁବନେଶ୍ୱର: ସୁଜାତାଙ୍କ ବିଜେଡି ଏଣ୍ଟ୍ରିକୁ ନେଇ ପୁଣି ତେର୍ଚ୍ଛା ବାଣ ମାରିଲେ ବଦ୍ରି ପାତ୍ର । କହିଲେ କିଏ ମିଶିଲେ ମୁଁ କଣ ଅଟକାଇ ପାରିବି । ଆମ ଦଳରେ କିଏ ମିଶିବେ ସଭାପତି ନିଷ୍ପତ୍ତି ନେବେ । କାହାକୁ ବିରୋଧ ମାନେ କଣ ରାସ୍ତା ଘାଟରେ କରିବି । ସୁଜାତାଙ୍କୁ କିଏ ଭେଟୁଛି ନ ଭେଟୁଛି ମୁଁ ଜାଣିନି, ମୁଁ କାହିଁକି ଭେଟିବି । ଦଳରେ କେଉଁଠି ଲେଖା ଅଛି, ଭେଟିବାକୁ ଆବଶ୍ୟକ ପଡିବ । ସେ ଯଦି ଦାୟିତ୍ୱ ନେବେ ସେ କଥା ଉଠିପାରେ, ଖାଲିଟାରେ କାହିଁକି ଭେଟିବି । ଆମେ ଦଳ ସହ ଅଛୁ, ନବୀନ ଆମ ନେତା, ଆମ ବ୍ୟାନର କିଛି ନାହିଁ ।










