32.1 C
Bhubaneswar
Tuesday, August 25, 2026
Homeଓଡିଶାବ୍ରହ୍ମପୁରରୁ ୧୯୫ କିଲୋ ଗଞ୍ଜେଇ ଜବତ: ୩ ଗିରଫ

ବ୍ରହ୍ମପୁରରୁ ୧୯୫ କିଲୋ ଗଞ୍ଜେଇ ଜବତ: ୩ ଗିରଫ

ବ୍ରହ୍ମପୁର: ବ୍ରହ୍ମପୁରରେ ଅବକାରୀ ଗୁଇନ୍ଦାର ବଡ଼ ଗଞ୍ଜେଇ ରେଡ୍ । ଦାମୀ କାରରେ ଚାଲାଣ ହେଉଥିବା ବେଳେ ଜବତ ହେଲା ୧୯୫ କିଲୋ ଗଞ୍ଜେଇ । ଫାଷ୍ଟଗେଟ୍ ନିକଟରେ ଗୋଡ଼ାଇ ଗୋଡ଼ାଇ ଗଞ୍ଜେଇ ବୋଝେଇ ଗାଡ଼ିକୁ କାବୁ କରିଛି ଅବକାରୀ ଗୁଇନ୍ଦା ଟିମ୍ । ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଛି । ସୂଚନା ଅନୁସାରେ, କନ୍ଧମାଳରୁ ରାଜ୍ୟ ବାହାରକୁ ଗଞ୍ଜେଇ ଚାଲାଣ ହେଉଥିବା ନେଇ ଅବକାରୀ ଗୁଇନ୍ଦା ବିଭାଗକୁ ଖବର ମିଳିଥିଲା। ଏହି ସୂଚନା ଆଧାରରେ ଟିମ୍ ପକ୍ଷରୁ ନଜର ରଖାଯାଇଥିଲା । ଫାଷ୍ଟଗେଟ୍ ନିକଟରେ ସନ୍ଦେହଜନକ ଭାବେ ଯାଉଥିବା ଦୁଇଟି ଦାମୀ କାରକୁ ଅବକାରୀ ଗୁଇନ୍ଦା ଟିମ୍ ଅଟକାଇବାକୁ ଉଦ୍ୟମ କରିଥିଲା । ତେବେ ଗାଡ଼ିଗୁଡ଼ିକ ଦ୍ରୁତ ଗତିରେ ଖସିଯିବାକୁ ଚେଷ୍ଟା କରିଥିବା ବେଳେ ଟିମ୍ ଗୋଡ଼ାଇ ଗୋଡ଼ାଇ ସେମାନଙ୍କୁ କାବୁ କରିଥିଲା ।ଗାଡ଼ି ଦୁଇଟିରେ ଯାଞ୍ଚ ବେଳେ ୧୯୫ କିଲୋ ଗଞ୍ଜେଇ ମିଳିଥିଲା। ଏହା ସହିତ ଦୁଇଟି ଦାମୀ କାର ଓ ମୋବାଇଲ୍ ଫୋନ୍ ମଧ୍ୟ ଜବତ କରାଯାଇଛି । ଘଟଣାରେ ସମ୍ପୃକ୍ତ ୩ ଜଣଙ୍କୁ ଗିରଫ କରି ଅବକାରୀ ବିଭାଗ ପଚରାଉଚରା ଜାରି ରଖିଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking