ଭୁବନେଶ୍ୱର: ବର୍ଷାରେ ଭିଜୁଛି ଓଡିଶା । କିଛି ଜିଲ୍ଲାରେ ସ୍ୱାଭାବିକଠାରୁ ବହୁ ଅଧିକ ବର୍ଷା ରେକର୍ଡ ହୋଇଛି । ବିଶେଷ କରି ବୌଦ୍ଧ ଓ ବରଗଡରେ ବର୍ଷାର ପରିମାଣ ଚିନ୍ତା ବଢାଇଛି । ବୌଦ୍ଧ ଜିଲ୍ଲାରେ ମୋଟ ୧୪୭୧.୪ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ବେଳେ ଏହା ସ୍ୱାଭାବିକ ବର୍ଷାଠାରୁ ୯୬ ପ୍ରତିଶତ ଅଧିକ । ସେହିପରି ବରଗଡରେ ୧୪୪୧.୬ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଯାହା ସ୍ୱାଭାବିକଠାରୁ ୬୩ ପ୍ରତିଶତ ଅଧିକ । କେବଳ ବୌଦ୍ଧ ଓ ବରଗଡ ନୁହେଁ, ଆଉ ଦୁଇଟି ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ରେକର୍ଡ ହୋଇଛି । ଲଗାଣ ବର୍ଷା ଯୋଗୁଁ ଅନେକ ସ୍ଥାନରେ ଜଳବନ୍ଦୀ ସ୍ଥିତି ଓ ଯାତାୟତ ସମସ୍ୟା ଦେଖାଦେବା ଆଶଙ୍କା ରହିଛି ।










