27.1 C
Bhubaneswar
Saturday, August 22, 2026
Homeଓଡିଶାପ୍ରଲୋଭନ ଦେଖାଇ ନାବାଳିକା ସହ ଶାରୀରିକ ସଂପର୍କ: ଦଶମ ଶ୍ରେଣୀ ଛାତ୍ରୀ ଗର୍ଭବତୀ

ପ୍ରଲୋଭନ ଦେଖାଇ ନାବାଳିକା ସହ ଶାରୀରିକ ସଂପର୍କ: ଦଶମ ଶ୍ରେଣୀ ଛାତ୍ରୀ ଗର୍ଭବତୀ

ନିଆଳି: କଟକ ଜିଲ୍ଲା ନିଆଳି ଅଞ୍ଚଳରୁ ଏକ ଲଜ୍ଜାଜନକ ଖବର ଆସିଛି। ଜଣେ ୧୫ ବର୍ଷୀୟ ନାବାଳିକା ଗର୍ଭବତୀ ହୋଇଥିବା ଜଣାପଡ଼ିଛି। ନିଆଳି ଥାନାରେ ଏହି ଅଭିଯୋଗ ହେଲା ପରେ ପୁଲିସ ଜଣେ ଯୁବକଙ୍କୁ ଉଠାଇ ଆଣି ତଦନ୍ତ କରୁଛି।

ସୂଚନା ଅନୁସାରେ ନିଆଳି ଅଞ୍ଚଳର ଜଣେ ୧୦ମ ଶ୍ରେଣୀ ଛାତ୍ରୀଙ୍କୁ ଜଗସିଂହପୁର ଟାଉନ ଥାନା ଅଞ୍ଚଳର ଜଣେ ଯୁବକ ପ୍ରଲୋଭନ ଦେଖାଇ ଶାରୀରିକ ସଂପର୍କ ରଖିଥିଲା। ନାବାଳିକା ଗର୍ଭବତୀ ହେଲା ପରେ ଏବେ ଘଟଣା ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି। ପରିବାର ଲୋକଙ୍କର ଅଭିଯୋଗ ଆଧାରରେ ପୁଲିସ ଅଭିଯୁକ୍ତକୁ ଉଠାଇ ଆଣି ପଚରାଉଚୁରା କରୁଛି। ପୁଲିସ ମାମଲା ରୁଜୁ କରି ଅଧିକ ତଦନ୍ତ କରୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking