27.1 C
Bhubaneswar
Saturday, August 22, 2026
Homeଦେଶ ବିଦେଶହସ୍ପିଟାଲରେ ଭୟଙ୍କର ନିଆଁ! ୱାର୍ମରରେ ଜଳିଗଲେ ୩ ନବଜାତ

ହସ୍ପିଟାଲରେ ଭୟଙ୍କର ନିଆଁ! ୱାର୍ମରରେ ଜଳିଗଲେ ୩ ନବଜାତ

ନୂଆଦିଲ୍ଲୀ:  ଅଧରାତିରେ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ,ୱାର୍ମରରେ ଲାଗିଲା ନିଆଁ, ୩ ନବଜାତ ଗୁରୁତର । ମଧ୍ୟପ୍ରଦେଶର ଛିନ୍ଦୱାଡ଼ା ଜିଲ୍ଲା ହସ୍ପିଟାଲରେଏହି  ଅଗ୍ନିକାଣ୍ଡ ଘଟିଛି ।  ରାତି ପ୍ରାୟ ୨ଟା ସମୟରେ  ଏକ ୱାର୍ମର ମେସିନରେ ହଠାତ୍ ସ୍ପାର୍କିଂ ହୋଇ ନିଆଁ ଲାଗିଯାଇଥିଲା । ଏହି ସମୟରେ ଏହି ୱାର୍ମରରେ ତିନିଟି ନବଜାତଙ୍କୁ ରଖାଯାଇଥିଲା । ନିଆଁର ପ୍ରକୋପରେ ତିନି ଜଣ ଯାକ ନବଜାତ ଶିଶୁ ଗୁରୁତର ଭାବେ ପୋଡ଼ି ଯାଇଛନ୍ତି ।ଜନ୍ମ ପରେ ନବଜାତ ଶିଶୁମାନଙ୍କର ଶରୀରର ତାପମାତ୍ରା ସ୍ବାଭାବିକ ରଖିବା ଏବଂ ଚିକିତ୍ସାଗତ ଦୃଷ୍ଟିରୁ ତଦାରଖ କରିବା ପାଇଁ ଶିଶୁମାନଙ୍କୁ ଏହି ୱାର୍ମରରେ ରଖାଯାଇଥାଏ । ରାତିରେ ହଠାତ୍ ୱାର୍ମରର ହିଟିଂ ୟୁନିଟ୍ ଫିଲାମେଣ୍ଟରେ ସ୍ପାର୍କିଂ ହୋଇ ନିଆଁ ବ୍ୟାପିଯାଇଥିଲା।  ଡାକ୍ତର ଏବଂ କର୍ମଚାରୀମାନେ  ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ତିନି ନବଜାତଙ୍କୁ ସୁରକ୍ଷିତ ଭାବେ ବାହାର କରି ପ୍ରାଥମିକ ଚିକିତ୍ସା   କରିଥିଲେ ।ଶିଶୁମାନଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ହେବାରୁ  ହସ୍ପିଟାଲ କର୍ତ୍ତୃପକ୍ଷ ସେମାନଙ୍କୁ ତୁରନ୍ତ ଜବଲପୁର ମେଡିକାଲ କଲେଜକୁ ରେଫର କରି କରିଛନ୍ତି । ଦୁଇଜଣ ବିଶେଷଜ୍ଞ ଡାକ୍ତରଙ୍କ ପର୍ଯ୍ୟବେକ୍ଷଣରେ ଶିଶୁମାନଙ୍କୁ ଜବଲପୁର ପଠାଯାଇଛି ।  କର୍ତ୍ତୃପକ୍ଷ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଆରମ୍ଭ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking