କୃଷିପ୍ରଧାନ ରାଜ୍ୟ ଓଡ଼ିଶାରେ କୃଷି ଓ କୃଷକ ଅବହେଳିତ
* ରାଜ୍ୟର ମୋଟ ଜନସଂଖ୍ୟାର ୬୫ ଭାଗ ଚାଷୀ ।
* ଏଥିରୁ ୮୨ ପ୍ରତିଶତ ହେଲେ ଭାଗଚାଷୀ ।
* ସର୍ବମୋଟ ଚାଷ ଜମି ୬୧ ହେକ୍ଟର ।
* ଏବେ ସୁଦ୍ଧା ମାତ୍ର ଜଳସେଚନ ୨୬ ପ୍ରତିଶତ ।
* ରାଜ୍ୟ ଅଭିବୃଦ୍ଧିରେ କୃଷିର ଅବଦାନ ୧୮.୯% ।
> କିନ୍ତୁ ଦୁର୍ଭାଗ୍ୟର କଥା ବିଜେଡ଼ି ଓ ବିଜେପି ସରକାରର ୨୬ ବର୍ଷ ଶାସନ କାଳରେ ଚାଷୀ ସବୁଠାରୁ କ୍ଷତିଗ୍ରସ୍ତ, ଚାଷ ବିପର୍ଯ୍ୟସ୍ତ ।
ସମସ୍ୟା
* ରାଜ୍ୟରେ ବର୍ତ୍ତମାନ ୧୦ ଲକ୍ଷ ହେକ୍ଟରୁ ଅଧିକ ଜମି ପଡ଼ିଆ ପଡିଲାଣି ।
* ୫ ଲକ୍ଷ ହେକ୍ଟରରୁ ଅଧିକ ଚାଷପୋଯୋଗୀ ଜମି ବିଲଡର କବଜାରେ ଓ ବାହାର କମ୍ପାନୀ ମାନଙ୍କୁ ଏହି ଜମି ଶାଗମାଛ ଦରରେ ବିକ୍ରି କରାଯାଉଛି ।
* ୩୦ ଲକ୍ଷରୁ ଅଧିକ ଲୋକ ବେସହରା ହୋଇ ବାହାର ରାଜ୍ୟରେ ଦାଦନ ଖଟୁଛନ୍ତି ।
* ଦୁଇ ବର୍ଷରେ ଡବଲ ଇଞ୍ଜିନ ସରକାର ୧ ଲକ୍ଷ ୩୮ ହଜାର କୋଟି ଟଙ୍କା ଋଣ ଭାରରେ ଉବୁଟୁବୁ । ପନିପରିବା ସଂରକ୍ଷଣ ପାଇଁ ଶୀତଳ ଭଣ୍ଡାର ନାହିଁ ।
* କଂଗ୍ରେସ ଅମଳରେ ଗଢ଼ି ଉଠିଥିବା କୃଷିଭର୍ତ୍ତିକ ଶିଳ୍ପ ସୂତାକଳ, ଚିନିକଳ, ତେଳକଲ ପ୍ରଭୃତି ଅଚଳ ହୋଇପଡ଼ିଛି ।
ଏମଏସପିରୁ କେନ୍ଦର ବର୍ଦ୍ଧିତ ୬୯ ଟଙ୍କା ରାଜ୍ୟ ଚାଷୀଙ୍କୁ ଦେଉନାହିଁ
* ମଏସପିର ଗ୍ୟାରେଣ୍ଟିଂ ମିଲିଲା ନାହିଁ । ଧାନ ମଣ୍ଡି ଅବବ୍ୟସ୍ଥା କହିଲେ ନସରେ ।
* ଧାନ କିଣାରେ ପ୍ରତି କ୍ୟୁଣ୍ଟାଲରେ ୫ ରୁ ୧୦ କେଜି କଟନିଛଟନି
* ବର୍ଦ୍ଧିତ ଏମଏସପିର ୬୯ ଟଙ୍କା ଦେଉ ନାହାନ୍ତି
* ଯେଉଁ ଟୋକନରେ ଲକ୍ଷ୍ୟଧାର୍ଯ୍ୟ ୫୦ କ୍ୟୁଣ୍ଟାଲ ସେଠାରେ ମାତ୍ର ୨୦ କ୍ୟୁଣ୍ଟାଲ କିଣୁଛନ୍ତି ।
ଭାଗଚାଷୀଙ୍କ ଅସୁମାରୀ ଦୁଃଖ
* ଚାଷୀ ପରିବାରର ମାସିକ ଆୟ ମାତ୍ର ୫୦୧୨ ଟଙ୍କା ।
* ପ୍ରଧାନମନ୍ତ୍ରୀ ୨୦୧୭ ଠାରୁ ୨୦୨୨ ମଧ୍ୟରେ ଚାଷୀ ଆୟ ଦୁଇଗୁଣା ବୃଦ୍ଧି କରିବା କହିବା ଏବେ ଗଲା କୁଆଡେ?
* ସେହିପରି ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାରେ ଚାଷୀ ଉପକୃତ ହେବ ପରିବେର୍ତ୍ତ ସରକାର ଓ ଘରୋଇ ବୀମା କମ୍ପାନୀମାନେ ଏହାର ଫାଇଦା ଉଠାଉଛନ୍ତି ।
* ରାଜ୍ୟରେ କୃଷି ଋଣ ଯୋଗାଣ କେବଳ କାଗଜ କଲମରେ ଚାଲିଛି ।
ରାଜ୍ୟରେ ସାର ସଂକଟ ଏବେ ଉତ୍କଟ
* ୟୁରିଆ ୪୫ କେଜି ବସ୍ଥା ୨୬୬ ଟଙ୍କା ଥିବା ସ୍ଥଳେ ଚାଷୀ ୭୦୦ ଟଙ୍କା ଚଢ଼ାଦରରେ କିଣୁଛନ୍ତି ।
* ୟୁରିଆ, ଡିଏପି, ପଟାସ, ଗ୍ରୋମର, କମ୍ପେ୍ଲସ ସାର ମିଳୁନାହିଁ ।
* ସାର କଳାବଜାରୀ ରୋକିବାର ସରକାର ସଂପୂର୍ଣ୍ଣ ବିଫଳ।
* ଆବଶ୍ୟକ ବିହନ ଉତ୍ପାଦନରେ ଓଡ଼ିଶା ପଛୁଆ ।
* କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ୧୭ ଟି କୃଷି ଯୋଜନାରେ ବାଟବାରଣା ହୋଇଛି ।
ପିସିସିର ଦାବି:
> ପ୍ରାୟ ୧୮ ଲକ୍ଷ ଚାଷୀ, ଅଥଚ ପଞ୍ଜିକରଣ ବର୍ତ୍ତମାନ ୫ ଲକ୍ଷ ୫୧ ହଜାର। ଏଗ୍ରିଷ୍ଟାକ ସମସ୍ୟା ଦୂର କରାଯାଇ ୨୦୨୬ ଖରିଫ ଧାନ ବିକ୍ରୟ ପାଇଁ ଚାଷୀ ପଞ୍ଜିକରଣ ସମୟସୀମା ଅଗଷ୍ଟ ୩୧ ତାରିଖ ପରିବର୍ତ୍ତେ ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧ କରାଯାଉ ।
୧୦ ଲକ୍ଷ ଭାଗଚାଷୀଙ୍କ ପାଇଁ ଭାଗଚାଷୀ ଆଇନ ପ୍ରଣୟନ ଓ ସୁରକ୍ଷା ନିମନ୍ତେ ଯୋଜନା ପ୍ରଣୟନ କରାଯାଉ।
> ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାରେ ରାଜ୍ୟରେ ୩୦ ଲକ୍ଷ ଋଣୀ ଓ ଅଣଋଣୀ ଚାଷୀଙ୍କୁ ବୀମାଭୁକ୍ତ କରାଯାଉ ।
ତୁରନ୍ତ ସାର ସଂକଟ ଦୂର କରାଯାଇ ଆବଶ୍ୟକ ପରିମାଣର ସାର ଠିକ ସମୟରେ ନିର୍ଦ୍ଧାରିତ ମୂଲ୍ୟରେ ଚାଷୀଙ୍କୁ ଯୋଗାଇ ଦେବା ସହିତ ସାର କଳାବଜାରୀ ରୋକଯାଉ।
> ବିଜେପି ସରକାରର ଘୋଷଣା ଅନୁଯାୟୀ ୫୮ ଟି ସବଡିଜନରେ ଶୀତଳ ଭଣ୍ଡାର ପ୍ରତିଷ୍ଠା କରାଯାଉ।
ଅତ୍ୟଧିକ ବର୍ଷା ଓ ବନ୍ୟା ଦ୍ୱାରା ଫସଲ କ୍ଷତିଗ୍ରସ୍ତ ଚାଷୀଙ୍କ ଠାରୁ କୃଷିଋଣ ଓ ଜଳକର ଛାଡ଼ କରାଯାଉ ଏବଂ ପ୍ରତି ଏକର ପିଛା ଚାଷୀଙ୍କୁ ୨୫ ହଜାର ଟଙ୍କା କ୍ଷତିପୂରଣ ଦିଆଯାଉ।
ସରକାରଙ୍କ ଘୋଷିତ ଜାତୀୟ ଓ ରାଜ୍ୟ ପ୍ରାକୃତିକ ବିପର୍ଯ୍ୟ ପାଣ୍ଠିର କୃଷି ଇନପୁଟ ସହାୟତା ଦୁଇଗୁଣ ବୃଦ୍ଧ କରାଯାଉ ଏବଂ କ୍ଷୟକ୍ଷତିର ସଠିକ ଆକଳନ କରାଯାଉ ।
ରାଜ୍ୟରେ ଥିବା କୃଷିଭିର୍ତ୍ତିକ ଶିଳ୍ପ, ଚିନିକଳ, ତେଲକଳ, ସୂତାକଳ ଓ ବିଭିନ୍ନ ଖାଦ୍ୟ ପ୍ରସ୍ତୁତି ଓ ପ୍ରକିୟାକରଣ ୟୁନିଟ ପ୍ରତିଷ୍ଠା କରାଯାଉ ।
ଚାଷୀଙ୍କୁ ମାଗଣାରେ ବିଜୁଳି… ସୋଲାର ବିଦ୍ୟୁତ ଯୋଗାଇ ଦିଆଯାଉ
କଂଗ୍ରେସ ରାଜ୍ୟରେ ଯେଉଁ ୩୫ ପ୍ରତିଶତ ଜଳସେଚନ ଛାଡ଼ିକି ଯାଇଥିଲା, ସେଥିରେ ବୃଦ୍ଧି କରାଯାଉ। ଅଚଳ ଉଠା ଜଳସେଚନ ପଏଣ୍ଟ ଗୁଡ଼ିକର ତୁରନ୍ତ ମରାମତି କରାଯାଉ










