28.1 C
Bhubaneswar
Friday, August 21, 2026
Homeଓଡିଶାବନ୍ୟା ପ୍ରଭାବିତ ଜିଲ୍ଲାକୁ ରେଡକ୍ରସ‌ର ରିଲିଫ ସାମଗ୍ରୀ ପଠାଇଲେ ରାଜ୍ୟପାଳ

ବନ୍ୟା ପ୍ରଭାବିତ ଜିଲ୍ଲାକୁ ରେଡକ୍ରସ‌ର ରିଲିଫ ସାମଗ୍ରୀ ପଠାଇଲେ ରାଜ୍ୟପାଳ

ଭୁବନେଶ୍ୱର: ବନ୍ୟା ପ୍ରଭାବିତ ଲୋକଙ୍କୁ ସହାୟତା ପହଞ୍ଚାଇବା ଲକ୍ଷ୍ୟରେ ଭାରତୀୟ ରେଡକ୍ରସ ସୋସାଇଟି, ଓଡ଼ିଶା ରାଜ୍ୟ ଶାଖା (IRCS-OSB) ପକ୍ଷରୁ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଯାଜପୁର ଜିଲ୍ଲା ପାଇଁ ପ୍ରଦତ୍ତ ରିଲିଫ ସାମଗ୍ରୀକୁ ମଙ୍ଗଳବାର ଦିନ ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି ଲୋକଭବନରୁ ପଠାଇଛନ୍ତି। ଏହି ରିଲିଫ ସାମଗ୍ରୀରେ ବନ୍ୟା ପ୍ରଭାବିତ ପରିବାରଗୁଡ଼ିକର ତୁରନ୍ତ ଆବଶ୍ୟକତା ପୂରଣ ପାଇଁ ତାରପୋଲିନ୍ ଓ ପୌଷ୍ଟିକ ଶୁଖିଲା ଖାଦ୍ୟ ପ୍ୟାକେଟ ରହିଛି। ରେଡକ୍ରସ୍‌ର ମାନବିକ ସେବା କାର୍ଯ୍ୟକୁ ପ୍ରଶଂସା କରି ରାଜ୍ୟପାଳ ଡ. କମ୍ଭମପାଟି ସମାଜସେବା ଓ ବିପର୍ଯ୍ୟୟ ମୁକାବିଲାରେ ଯୁବ ରେଡକ୍ରସ ସଦସ୍ୟ ଏବଂ ଯୁବ ସ୍ୱେଚ୍ଛାସେବୀଙ୍କ ଅଧିକ ଅଂଶଗ୍ରହଣ ଉପରେ ଗୁରୁତ୍ୱ ଦେଇଛନ୍ତି। ବିଶେଷକରି ଜରୁରୀ ପରିସ୍ଥିତିରେ ରିଲିଫ ଓ ମାନବିକ ସହାୟତା କାର୍ଯ୍ୟରେ ସକ୍ରିୟ ଭାବେ ଯୋଗଦେବାକୁ ରାଜ୍ୟପାଳ ଆହ୍ୱାନ ଦେଇଛନ୍ତି।

କାର୍ଯ୍ୟକ୍ରମ ଅବସରରେ ରେଡକ୍ରସ‌ର ପ୍ରତିନିଧିମାନେ ରାଜ୍ୟପାଳଙ୍କୁ ସଂଗଠନ ଏବଂ ସେଣ୍ଟ ଜନ୍ ଆମ୍ବୁଲାନ୍ସର ବିଭିନ୍ନ କାର୍ଯ୍ୟକଳାପ ସମ୍ପର୍କରେ ଅବଗତ କରାଇଥିଲେ। ଏଥିସହ ଗୁଜରାଟ ଓ ପଞ୍ଜାବ ଗସ୍ତ ସମୟରେ ସେମାନେ ଦେଖିଥିବା ବିଭିନ୍ନ ଆଦର୍ଶ କାର୍ଯ୍ୟକ୍ରମ ଓ ଉତ୍ତମ ପଦକ୍ଷେପ ସମ୍ପର୍କରେ ମଧ୍ୟ ରାଜ୍ୟପାଳଙ୍କୁ ଅବଗତ କରାଇଥିଲେ। ଯୁବ ରେଡକ୍ରସ ଏବଂ ୟୁଥ ଫର୍ ସେବାର ସ୍ୱେଚ୍ଛାସେବୀମାନଙ୍କ ସହ ମଧ୍ୟ ଆଲୋଚନା କରି ସମାଜସେବା ଓ ମାନବିକ ସହାୟତା କ୍ଷେତ୍ରରେ ସେମାନଙ୍କ ଭୂମିକା ଓ କାର୍ଯ୍ୟକଳାପ ସମ୍ପର୍କରେ ରାଜ୍ୟପାଳ ପଚାରି ବୁଝିଥିଲେ। ଏହି ଆଲୋଚନାରେ ରେଡକ୍ରସ୍‌ର କାର୍ଯ୍ୟକାରୀ ସଦସ୍ୟ ସ୍ୱୟଂ ପ୍ରକାଶ ବରାଳ, ସଚିବ ଗଣେଶ ଚନ୍ଦ୍ର ପାତ୍ର, କୋଷାଧ୍ୟକ୍ଷ ଲାବଣ୍ୟ ଶବର, ଯୁଗ୍ମ ସମ୍ପାଦକ ଅଶୋକ କୁମାର ମହାନ୍ତି ଏବଂ ଜୁନିଅର ରେଡକ୍ରସ୍ ଅଧିକାରୀ ଲକ୍ଷ୍ମଣ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking