ଭୁବନେଶ୍ୱର: ୨୮ ତାରିଖ ରକ୍ଷା ବନ୍ଧନରେ ମିଳିବ ସୁଭଦ୍ରା ଟଙ୍କା । ଏନେଇ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ୧ କୋଟି ୩ ଲକ୍ଷ ୨୬ ହଜାର ୧୬୨ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଟଙ୍କା । ୨ ଲକ୍ଷ ୨୧ ହଜାର ୫୪ ଜମ ହିତାଧିକାରୀ ପ୍ରଥମ ଥର ପାଇଁ ପାଇବେ । ସେ ଆହୁରି ମଧ୍ୟ କହିଛନ୍ତି, ଯେଉଁମାନଙ୍କର ପୂର୍ବରୁ ଏକାଧିକ ଇନଷ୍ଟଲମେଣ୍ଟ ବାକି ଅଛି ଫିଲ୍ଡ ଯାଞ୍ଚ ପରେ ସବୁ କିସ୍ତି ଏକକାଳୀନ ମିଳିବ । ପଞ୍ଚମ କିସ୍ତିର ମାସକ ପରେ ବଞ୍ଚିତ ହିତାଧିକାରୀଙ୍କୁ ଟଙ୍କା ମିଳିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାବତୀ ପରିଡା କହିଛନ୍ତି ।










