ଭୁବନେଶ୍ୱର: ଗତକାଲି ମାଷ୍ଟରକ୍ୟାଣ୍ଟିନରେ ଅନଲାଇନ ଅଟୋ ଚାଳକଙ୍କ ହଙ୍ଗାମା ଘଟଣାରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ପ୍ରତିକ୍ରିୟା ରଖି କହିଛନ୍ତି , ସହରରେ ଯେଉଁ କ୍ଷତି ହୋଇଛି ତାକୁ ଅଟୋ ଚାଳକ ଭରଣା କରିବେ। ଗୁଣ୍ଡାଗିରିରେ ସାମିଲ ଥିବା ଚାଳକଙ୍କ ବେଆଇନ ଅଟୋ ଷ୍ଟାଣ୍ଡ ଭଙ୍ଗାଯିବ । ଆଇନକୁ ହାତକୁ ନେଇଛନ୍ତି, ସାଧାରଣ ଲୋକଙ୍କ ଉପରେ ଆକ୍ରମଣ କରିଛନ୍ତି । ସରକାରୀ ଗାଡି ଭାଙ୍ଗିଛନ୍ତି , ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଭଙ୍ଗାରୁଜା କରିଥିବା ଅଟୋ ଚାଳକଙ୍କ ଲାଇସେନ୍ସ ରଦ୍ଦ କରାଯିବ ।










