ଦଶରଥପୁର: ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଯାଜପୁରଜିଲ୍ଲା ଦଶରଥପୁର ବ୍ଲକ ବନ୍ୟା ସମସ୍ୟା ବୁଝିବାକୁ ଆସିଥିଲେ।ମୁଖ୍ୟମନ୍ତ୍ରୀ ବନ୍ୟା ବିପନ୍ନଙ୍କୁ ଭେଟିବା ଯିବାବେଳେ ଦେଖା ଦେଇଥିଲା ଅସନ୍ତୋଷ। ୨ ବିଧାୟିକାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଗ୍ରସ୍ତରେ ଯିବାକୁ ଦିଆଯାଇନଥିଲା। ଏଣୁ ବିଜେପି ଏବଂ ବିଜେଡି ମଧ୍ୟରେ ଦେଖାଦେଇଛି ବିବାଦ। ବିବାଦ ପହଞ୍ଚିଛି ବର୍ତ୍ତମାନ ଦଶରଥପୁର ଥାନାରେ। ଯାଜପୁର ବିଧାୟିକା ସୁଜାତା ସାହୁ ଆଇଆଇସି ସୁବ୍ରତ ସାହୁଙ୍କୁ ବିଜେପି କର୍ମୀ ଏବଂ ନେତା ଅସମ୍ମାନ କରିବା ଏବଂ ଠେଲାପେଲା କରିଥିବା ଅଭିଯୋଗ କରାଯାଇଛି।
ଅଭିଯୋଗ ଅନୁସାରେ ଜିଲ୍ଲପାଳ ଅମ୍ବର କୁମାର କର ବିଂଝାରପୁର ବିଧାୟିକା ପ୍ରମିଳା ମଲିକ ଏବଂ ଯାଜପୁର ବିଦାୟିକା ସୁଜାତା ସାହୁଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଗ୍ରସ୍ତକୁ ଆସି ବନ୍ୟା ବିପନ୍ନଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା ପାଇଁ ନିମନ୍ତ୍ରଣ କରିଥିଲେ। ଉଭୟ ବିଧାୟିକା ନିର୍ଦ୍ଧାରିତ ସ୍ଥାନରେ ପହଞ୍ଚି ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ ଜଣାଇଥିଲେ। ମାତ୍ର ତରପଦା ପଞ୍ଚାୟତ ପତିରି ଗ୍ରାମରୁ ପାୱାର ବୋଟ ମାଧ୍ୟମରେ କସପା ପଞ୍ଚାୟତ ରାମଚନ୍ଦ୍ରପୁର ଗ୍ରାମକୁ ଯିବା ପାଇଁ ପ୍ରଶାସନିକ ବ୍ୟବସ୍ଥା କରାଯାଇଥିଲା। ମାତ୍ର ଏହି ୨ ବିଧାୟିକାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସହ ଜିଲ୍ଲପାଳ ନେବାକୁ ସୁଯୋଗ ଦେଇନଥିଲେ। ଏଣୁ ୨ ବିଜେଡି ବିଧାୟିକା ଅସନ୍ତୋଷ ବ୍ୟକ୍ତ କରି କାଟିଆ – ବୈଶାପନ ମୁଖ୍ୟ ରାସ୍ତା ଉପରେ ଧାରଣାରେ ବସିଥିଲେ। ଏହାକୁ ନେଇ ଉଭୟ ବିଜେପି ଏବଂ ବିଜେଡି କର୍ମୀଙ୍କ ମଧ୍ୟରେ ପେଲା ଠେଲା ଯୁକ୍ତି ତର୍କ ଲାଗିରହିଥିଲା। ପୁଲିସ ନିୟନ୍ତ୍ରଣ କରିବାରେ ଫେଲ ମାରିଥିବା ଦେଖାଯାଉଛି। ଏହି ଘଟଣାକୁ ନେଇ ଥାନର ଦ୍ୱାରସ୍ଥ ହୋଇଛନ୍ତି ଯାଜପୁର ବିଧାୟିକା ସୁଜାତା ସାହୁ, ଜିଲ୍ଲା ବିଜେଡି ସଭାପତି ସରୋଜ ମହାପାତ୍ର।










