30.1 C
Bhubaneswar
Wednesday, August 19, 2026
Homeଦେଶ ବିଦେଶଅଗଷ୍ଟ ୨୭ ନା’ ୨୮ ? କେବେ ପଡୁଛି ରାଖି ପୂର୍ଣ୍ଣିମା ଜାଣନ୍ତୁ

ଅଗଷ୍ଟ ୨୭ ନା’ ୨୮ ? କେବେ ପଡୁଛି ରାଖି ପୂର୍ଣ୍ଣିମା ଜାଣନ୍ତୁ

ନୂଆଦିଲ୍ଲୀ :  ସନାତନ ଧର୍ମରେ ରାଖିପୂର୍ଣ୍ଣିମା ହେଉଛି ଭାଇ,ଭଉଣୀଙ୍କ ଅତୁଟ ପ୍ରେମ, ବିଶ୍ୱାସ ଏବଂ ସୁରକ୍ଷାର ସଂକଳ୍ପ  ନେବାର ଏକ ଅତ୍ୟନ୍ତ ପବିତ୍ର ପର୍ବ। ଏହି ଦିନ ଭଉଣୀ ନିଜ ଭାଇର ଶୁଭ ମନାସି ସୁଖ-ସମୃଦ୍ଧି ଏବଂ ଦୀର୍ଘାୟୁ କାମନା କରି ନକାରାତ୍ମକ ଶକ୍ତିରୁ ରକ୍ଷା କରିବା ପାଇଁ ତା’ର ହାତରେ ରକ୍ଷାସୂତ୍ର ବା ରାଖୀ ବାନ୍ଧିଥାଏ।  ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ, ପ୍ରତିବର୍ଷ ଶ୍ରାବଣ ମାସ ଶୁକ୍ଳ ପକ୍ଷର ପୂର୍ଣ୍ଣିମା ତିଥିରେ ରାଖିପୂର୍ଣ୍ଣିମା ପାଳନ କରାଯାଇଥାଏ । ଚଳିତବର୍ଷ ଶ୍ରାବଣ ପୂର୍ଣ୍ଣିମା ତିଥି ଅଗଷ୍ଟ ୨୭ ତାରିଖ ସକାଳ ୯ଟା ୭ ମିନିଟରୁ ଆରମ୍ଭ ହୋଇ ୨୮ ତାରିଖ ସକାଳ ୯ଟା ୪୯ ମିନିଟ୍‌ ପର୍ଯ୍ୟନ୍ତ ରହିବ। ଶାସ୍ତ୍ରୀୟ ନିୟମ ଏବଂ ଉଦୟାତିଥିର ମାନ୍ୟତା ଅନୁଯାୟୀ, ଶୁକ୍ରବାର ଦିନ ହିଁ ରକ୍ଷାବନ୍ଧନର ଏହି ପବିତ୍ର ପର୍ବ ଅତ୍ୟନ୍ତ ଉତ୍ସାହର ସହିତ ପାଳନ କରାଯିବ। ୨୮ ତାରିଖ ସକାଳେ ହିଁ ପୂର୍ଣ୍ଣିମା ତିଥି ହୋଇଥିବାରୁ ଏହି ଦିନ ରାଖି ବାନ୍ଧିବା ପାଇଁ ସର୍ବୋତ୍ତମ ଓ ଶାସ୍ତ୍ରସମ୍ମତ ବୋଲି ଗ୍ରହଣ କରାଯାଇଛି। ଶାସ୍ତ୍ର ଅନୁଯାୟୀ, ଭଦ୍ରା କାଳ ସମୟରେ ରାଖି ବାନ୍ଧିବା ଅଶୁଭ ବୋଲି ବିଚାର କରାଯାଏ ତେଣୁ ଶୁଭ ମୁହୂର୍ତ୍ତରେ ହିଁ ରକ୍ଷାସୂତ୍ର ବାନ୍ଧିବା ଉଚିତ । ୨୭ ତାରିଖ ସକାଳ ୯ଟା ୮ ମିନିଟରୁ ରାତି ୯ଟା ୩୨ ମିନିଟ୍‌ ପର୍ଯ୍ୟନ୍ତ ଭଦ୍ରା କାଳର ପ୍ରଭାବ ରହିବ ଯାହାଫଳରେ ସେହିଦିନ ରାଖି ବାନ୍ଧିବା ଶୁଭ ନୁହେଁ। କିନ୍ତୁ ୨୮ ତାରିଖ ଦିନ ରକ୍ଷାବନ୍ଧନ ସମ୍ପୂର୍ଣ୍ଣ ଭାବେ ଭଦ୍ରା ଦୋଷରୁ ମୁକ୍ତ ରହିବ। ଏହିଦିନ ସକାଳ ୫ଟା ୫୭ ମିନିଟ୍‌ରୁ ସକାଳ ୯ଟା ୪୮ ମିନିଟ୍‌ ପର୍ଯ୍ୟନ୍ତ ରାଖୀ ବାନ୍ଧିବା ପାଇଁ ସର୍ବୋତ୍ତମ ଓ ସବୁଠାରୁ ଶୁଭ ସମୟ ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking