30.1 C
Bhubaneswar
Wednesday, August 19, 2026
Homeଓଡିଶାଗାଡି ସିଜ ହେବ, ଗିରଫ କରିବୁ: ଡିସିପି

ଗାଡି ସିଜ ହେବ, ଗିରଫ କରିବୁ: ଡିସିପି

ଭୁବନେଶ୍ୱର: ଭୁବନେଶ୍ୱରରେ ଅନଲାଇନ ଗାଡି ଚାଳକ ଆଜି ଗର୍ଜିଛନ୍ତି । ଲୋୟର ପିଏଜିରୁ ରାଜମହଲ ଛକ ଏବଂ ରେଲୱେ ଷ୍ଟେସନ ଯାଏଁ ପ୍ରତିବାଦ କରିଛନ୍ତି ପ୍ରତିବାଦକାରୀ । ଏହାରି ଭିତରେ ସେମାନଙ୍କ ବିକ୍ଷୋଭ ଚରମ ସୀମାରେ ପହଞ୍ଚିଥିଲା । ଶହ ଶହ ଗାଡି ଆଣି ରାଜରାସ୍ତାରେ ରଖିଥିଲେ । ଏବଂ ଯାତାୟତ ସମ୍ପୁର୍ଣ୍ଣ ଠପ ହେବା ସହ ସେଠାରେ ଏକ ଅପ୍ରିତୀକର ପରିସ୍ଥିତି ଉପୁଜିଥିଲା । ପୋଲିସ ଉପରକୁ ପଥର ମାଡ କରି ସରକାରୀ ସମ୍ପତ୍ତି ଆମ ବସ ଉପରକୁ ଭାଙ୍ଗିଦେଇଥିଲେ । ଏହି ଘଟଣାରେ ଭୁବନେଶ୍ୱର ଡିସିପି ଜଗମୋହନ ମୀନା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ଗାଡି ସିଜ ହେବ, ଏଫଆଇଆର କରି ଗିରଫ କରିବୁ ।ଅନଲାଇନ ଗାଡି ଚାଳକଙ୍କ ହିଂସ୍ର ଆନ୍ଦୋଳନକାରୀଙ୍କୁ ଚେତାବନୀ ଦେବା ସହ କହିଛନ୍ତି, ସେମାନଙ୍କ ଦାବି ଅଯାଥାର୍ଥ, ଏଥିରେ ସରକାରଙ୍କ କିଛି କରିବାର ନାହିଁ । ସେମାନେ ଘରୋଇ କଂପାନୀ ସହ ସଂପୃକ୍ତ , ଏଥିରେ ସରକାର କଣ କରିବେ । ଦିନକ ପାଇଁ ଅନୁମତି ଥିଲା, ଆଜି ଜାଣିଶୁଣି ଅସୁବିଧା କରୁଛନ୍ତି କହିଛନ୍ତି ଡିସିପି ଜଗମୋହନ ମୀନା । ଆହୁରି କହିଛନ୍ତି, ଯେଉଁମାନେ ଭଙ୍ଗାରୁଜା କରିଛନ୍ତି , ସେମାନଙ୍କ ମଧ୍ୟରୁ କିଛି ଅଟକ ଅଛନ୍ତି । ଥାନାରେ ଏତଲା କରି ଗିରଫ ସହ କୋର୍ଟ ଚାଲାଣ କରିବୁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking