33.1 C
Bhubaneswar
Wednesday, August 19, 2026
Homeଓଡିଶା୩ୟ ଦିନରେ ଅନଲାଇନ ଟ୍ୟାକ୍ସି ଡ୍ରାଇଭରଙ୍କ ଧାରଣା

୩ୟ ଦିନରେ ଅନଲାଇନ ଟ୍ୟାକ୍ସି ଡ୍ରାଇଭରଙ୍କ ଧାରଣା

ଭୁବନେଶ୍ୱର: ତୃତୀୟ ଦିନରେ ଅନଲାଇନ ଟ୍ୟାକ୍ସି ଡ୍ରାଇଭରଙ୍କ ଧାରଣା । ଏକ ଅଭିନବ ଉପାୟରେ ଲୋୟର ପିଏମଜିରେ ଧାରଣା ଦେଇଛନ୍ତି ଅନଲାଇନ ସେବା ଯୋଗାଉଥିବା ଅଟୋ ଏବଂ ଟ୍ୟାକ୍ସି ଡ୍ରାଇଭର ।  ଲୋୟର ପିଏମଜିରୁ  ରାଜମହଲ ଛକ ଯାଏଁ ଅଟୋ, ବାଇକ ରଖି  ପ୍ରତିବାଦ କରିଛନ୍ତି ଡ୍ରାଇଭରମାନେ । ୩୦ ଦଫା ଦାବି ନେଇ ଆନ୍ଦୋଳନ କରୁଛନ୍ତି  ଅଲ ଓଡିଶା ବିଗ ୱାର୍କର୍ସ ୟୁନିଅନ । ଅନଲାଇନ ଟ୍ୟାକ୍ସିର ଭଡା ଉପରେ ସରକାରଙ୍କର ନିୟନ୍ତ୍ରଣ ରହିବା ସହିତ ଯାତ୍ରୀଙ୍କ ପାଇଁ ଫିକ୍ସ ରେଟ ନିର୍ଦ୍ଧାରଣ କରିବାକୁ ସଂଗଠନ ଦାବି କରିଛି । ଦିନରେ କିଲୋମିଟର ପିଛା ୧୨ ଟଙ୍କା ଏବଂ ରାତିରେ କିଲୋମିଟରେ ପିଛା ୧୫ ଭଡା ନିର୍ଦ୍ଧାରଣ ପାଇଁ ଦାବି କରିଛନ୍ତି ଡ୍ରାଇଭର ମାନେ । ଏହା ସହିତ ଇନ୍ଧନ ଦର ବଢିଲେ ଭଡା ବୃଦ୍ଧି , ପିକ ଆୱାର ଏବଂ ସପ୍ତାହନ୍ତ ବୋନସ , ଦୀର୍ଘ ଦୂରତା ପିକଅପ ପାଇଁ କ୍ଷତିପୂରଣ ଏବଂ ଅପେକ୍ଷା ସମୟର ଚାର୍ଜ ବୃଦ୍ଧି ଦାବି କରିଛନ୍ତି । ସରକାର ସଂଘ ସହ ତୁରନ୍ତ ଆଲୋଚନା କରି ଦାବିଗୁଡିକ ଲାଗୁ କରିବାକୁ ୟୁନିଅନ ପକ୍ଷରୁ ଅନୁରୋଧ କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking