27.1 C
Bhubaneswar
Tuesday, August 18, 2026
Homeଓଡିଶାସ୍ୱାମୀ ଲକ୍ଷ୍ମଣାନନ୍ଦ ହତ୍ୟା ମାମଲା: ଦୋଷମୁକ୍ତ ହେଲେ ମାଓନେତା ଆଜାଦ

ସ୍ୱାମୀ ଲକ୍ଷ୍ମଣାନନ୍ଦ ହତ୍ୟା ମାମଲା: ଦୋଷମୁକ୍ତ ହେଲେ ମାଓନେତା ଆଜାଦ

ଭୁବନେଶ୍ୱର: ୨୦୦୮ ମସିହାର ବହୁଚର୍ଚ୍ଚିତ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟା ମାମଲାରେ ମାଓବାଦୀ ନେତା ଅଜାଦ ଓରଫ୍  ଡି. କେଶବ ରାଓଙ୍କୁ ଦୋଷମୁକ୍ତ କରିଛନ୍ତି ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ସ୍ଥିତ ଅତିରିକ୍ତ ଦୌରା ଜଜ୍ (ସ୍ୱତନ୍ତ୍ର ଅଦାଲତ)। ଅଭିଯୋଗପକ୍ଷ ଆଜାଦଙ୍କୁ ହତ୍ୟାକାଣ୍ଡ ସହ ଯୋଡ଼ିବାରେ ସନ୍ଦେହାତୀତ ପ୍ରମାଣ ଦେଇପାରିନଥିବା ଦର୍ଶାଇ କୋର୍ଟ ଏହି ରାୟ ଦେଇଛନ୍ତି।୨୦୦୮ ଅଗଷ୍ଟ ୨୩ ତାରିଖ ସନ୍ଧ୍ୟାରେ ଜଳେସପଟା ଆଶ୍ରମରେ ସଶସ୍ତ୍ର ଆକ୍ରମଣ ହୋଇଥିଲା। ଏଥିରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ସମେତ ୫ ଜଣଙ୍କ ମୃତ୍ୟୁ ଘଟିଥିଲା। ଆକ୍ରମଣରେ ୧୫ରୁ ୨୫ ଜଣ ସଶସ୍ତ୍ର ବ୍ୟକ୍ତି ସାମିଲ ଥିବା ଏବଂ ସେମାନେ ମୁହଁରେ ମାସ୍କ କିମ୍ବା ମଙ୍କି କ୍ୟାପ୍ ପିନ୍ଧିଥିବା ବିଭିନ୍ନ ସାକ୍ଷୀଙ୍କ ବୟାନରୁ ପ୍ରମାଣିତ ହୋଇଥିବା କୋର୍ଟ କହିଛନ୍ତି।ଆଜାଦଙ୍କ ବିରୋଧରେ ମୁଖ୍ୟତଃ ଜଣେ ସାକ୍ଷୀଙ୍କ ପରିଚୟ ଦେବାର ବୟାନ ଥିଲା। ତେବେ ଅନ୍ୟ କୌଣସି ସାକ୍ଷୀ ତାଙ୍କୁ ଚିହ୍ନଟ କରିନଥିଲେ। ଆକ୍ରମଣକାରୀମାନେ ମୁହଁ ଢାଙ୍କିଥିବା ବେଳେ ଜଣେ ସାକ୍ଷୀଙ୍କ ଏକାକୀ ପରିଚୟ ଉପରେ ନିର୍ଭର କରି ଆଜାଦଙ୍କୁ ଦୋଷୀ ସାବ୍ୟସ୍ତ କରିବା ସୁରକ୍ଷିତ ନୁହେଁ ବୋଲି କୋର୍ଟ ମତ ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking