26.1 C
Bhubaneswar
Monday, August 17, 2026
Homeଓଡିଶାଓଡ଼ିଶାରେ ଖଣି ଦୁର୍ନୀତି କରି କୋଟି କୋଟି ଟଙ୍କା ହରିଲୁଟ୍ କରିଥିବା କଂଗ୍ରେସ, ବିଜେଡି ରାଜସ୍ୱ...

ଓଡ଼ିଶାରେ ଖଣି ଦୁର୍ନୀତି କରି କୋଟି କୋଟି ଟଙ୍କା ହରିଲୁଟ୍ କରିଥିବା କଂଗ୍ରେସ, ବିଜେଡି ରାଜସ୍ୱ ହାନି କହିବା ହାସ୍ୟାସ୍ପଦ: ଅନିଲ ବିଶ୍ୱାଳ

ଭୁବନେଶ୍ୱର: ବିଜେଡି ହେଉ କି କଂଗ୍ରେସ ହେଉ, ଯେଉଁମାନଙ୍କ ଶାସନ ସମୟରେ ଓଡ଼ିଶାରେ ଖଣି ଦୁର୍ନୀତି କରି କୋଟି କୋଟି ଟଙ୍କାର ରାଜସ୍ୱ ହରିଲୁଟ ହେଉଥିଲା ସେମାନେ ଆଜି ରାଜସ୍ୱ ହାନି ହେଉଛି ବୋଲି କହିବା ହାସ୍ୟାସ୍ପଦ । ଓଡିଶାର ଗଣମାଧ୍ୟମ ସାକ୍ଷୀ ଅଛି ଯେ, କେନ୍ଦ୍ରରେ କଂଗ୍ରେସ ଏବଂ ରାଜ୍ୟରେ ବିଜେଡି ଶାସନରେ ଥିବାବେଳେ ଖଣି ଦୁର୍ନୀତିକୁ ନେଇ ସାହା କମିଶନ କ’ଣ କହିଥିଲେ । ବିଜେପି ସରକାରରେ ଆର୍ôଥକ କ୍ଷେତ୍ରରେ ରାଜ୍ୟମାନଙ୍କୁ ସବୁବେଳେ ଅଧିକ ସ୍ୱତନ୍ତ୍ରତା ମିଳିଛି । ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଧାନମନ୍ତ୍ରୀତ୍ୱ ସମୟରେ ୨୦୧୫ ମସିହାରେ ଏମ୍‌ଏମ୍‌ଡିଆର ଆଇନରେ ଐତିହାସିକ ସଂଶୋଧନ କରାଯାଇଥିଲା, ଯେଉଁଥିରେ ଓଡ଼ିଶା ଭଳି ରାଜ୍ୟମାନେ ଆର୍ôଥକ କ୍ଷେତ୍ରରେ ଢେର୍ ଲାଭବାନ ହୋଇଥିଲେ । କେନ୍ଦ୍ରରେ ଯେତେବେଳେ କଂଗ୍ରେସର ସରକାର ଥିଲା, ସେତେବେଳେ ଓଡିଶା ୨୦୧୩ ମସିହାରେ ମାତ୍ର ୫ ହଜାର କୋଟି ଖଣିରୁ ରାଜସ୍ୱ ପାଉଥିଲା । ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଜୀଙ୍କ ନେତୃତ୍ୱରେ ୨୦୧୫ ମସିହାରେ ହୋଇଥିବା ଏମ୍‌ଏମ୍‌ଡିଆର ଆଇନରେ ଐତିହାସିକ ସଂଶୋଧନ କାରଣରୁ ଏବେ ବାର୍ଷିକ ୪୮ ହଜାର କୋଟିର ଖଣି ରାଜସ୍ୱ ପାଉଛି ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ଅନିଲ ବିଶ୍ୱାଳ କହିଛନ୍ତି ।

ଶ୍ରୀ ବିଶ୍ୱାଳ କହିଛନ୍ତି ଯେ, ଖଣି ନିଲାମୀରେ ପ୍ରିମିୟମ ଅକ୍ସନ ନିୟମ କାରଣରୁ ଏବେ ବେଶି ଅର୍ଥରେ ଖଣି ନିଲାମ ହେଉଛି, ଯାହାର ଲାଭ ରାଜ୍ୟ ସରକାରମାନେ ପାଉଛନ୍ତି । ସେହିଭଳି ମୋଦିଜୀଙ୍କ ପ୍ରଧାନମନ୍ତ୍ରୀତ୍ୱ ସମୟରେ ଆରମ୍ଭ କରାଯାଇଥିବା ଡିଏମ୍‌ଏଫ୍ ଫଣ୍ଡରେ ଏବେ ସ୍ଥାନୀୟ ବିକାଶ ପାଇଁ ବାର୍ଷିକ ଅତିରିକ୍ତ ୮ ରୁ ୧୦ ହଜାର କୋଟି ଟଙ୍କା ସିଧାସଳଖ ଖଣିଥିବା ଜିଲ୍ଲାକୁ ମିଳୁଛି । ଯଦି ସତରେ ବିଜେଡି-କଂଗ୍ରେସ ରାଜ୍ୟର ସ୍ୱାର୍ଥ ପାଇଁ ଏତେ ଚିନ୍ତିତ ଥିଲେ, ସେମାନେ ସ୍ପଷ୍ଟ କରିବେ କି ସେମାନଙ୍କ ଶାସନରେ କାହିଁକି କମ୍ ରାଜସ୍ୱ ଆଦାୟ ହେଉଥିଲା ଏବଂ ସେହି ଅର୍ଥ କାହା ପକେଟକୁ ଯାଉଥିଲା? ଏବେ ସଦ୍ୟ ଆସିଥିବା ୨୦୨୬ର ଏମ୍‌ଏମ୍‌ଡିଆର ସଂଶୋଧନ ଖଣି କ୍ଷେତ୍ରରେ ଏକ ସ୍ଥିର, ସ୍ୱଚ୍ଛ ନିୟାମକ ବ୍ୟବସ୍ଥା ଆଣିବା ସହ ଭାରତୀୟ ଖଣି ଶିଳ୍ପକୁ ଅଧିକ ପ୍ରତିଯୋଗୀ କରିବ । ଦେଶ ପାଇଁ ଆବଶ୍ୟକ ଏହା କ୍ରିଟିକାଲ ଓ ଷ୍ଟ୍ରାଟେଜିକ ମିନେରାଲସର ଅନ୍ୱେଷଣ ଓ ଉତ୍ପାଦନକୁ ଗତି ଦେବ । ସେମିକଣ୍ଡକ୍ଟର ଭଳି ଶିଳ୍ପ ପାଇଁ ଆବଶ୍ୟକ କଂଚାମାଲ ସମାନ ଦରରେ ସାରା ଦେଶରେତ୍ତଉତ୍ପାଦକଙ୍କୁ ମିଳିପାରିବ । ଏହା ସହ ଖଣି କ୍ଷେତ୍ରରେ ନୂଆ ନିବେଶ, ଶିଳ୍ପ ବିକାଶ, ରୋଜଗାର ଓ ଦୀର୍ଘକାଳୀନ ଆର୍ôଥକ ବିକାଶକୁ ପ୍ରୋତ୍ସାହନ ମିଳିବ । ଏଥିରେ ଖଣିଜ ସମ୍ପଦ ଥିବା ରାଜ୍ୟମାନେ ଅଧିକ ଲାଭବାନ ହେବେ । ନୂଆ ସଂଶୋଧନ କୌଣସି ଭାବରେ ଓଡିଶାକୁ ଗୋଟେ ଟଙ୍କା ବି ରାଜସ୍ୱ କ୍ଷତି ଦେବ ନାହିଁ ବରଂ ପ୍ରତିଯୋଗିତା ବଜାରରେ ଅଧିକ ରାଜସ୍ୱ ଯୋଗାଇବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking