29.1 C
Bhubaneswar
Monday, August 17, 2026
Homeଓଡିଶାଓଡ଼ିଶା ହାଇକୋର୍ଟରେ ବିଚାରପତି ସଙ୍କଟ

ଓଡ଼ିଶା ହାଇକୋର୍ଟରେ ବିଚାରପତି ସଙ୍କଟ

କଟକ: ଓଡ଼ିଶା ହାଇକୋର୍ଟରେ ଦେଖାଦେଇଛି ଜଜ୍‌ ସଙ୍କଟ । ଆବଶ୍ୟକ ସଂଖ୍ୟକ ବିଚାରପତି ନଥିବାରୁ ପ୍ରଭାବିତ ହେଉଛି ନ୍ୟାୟିକ ବ୍ୟବସ୍ଥା । ହାଇକୋର୍ଟରେ ମୋଟ ୩୩ ଜଣ ଜଜ୍‌ଙ୍କ ପଦ ଅନୁମୋଦିତ ଥିବାବେଳେ ବର୍ତ୍ତମାନ ମାତ୍ର ୧୭ ଜଣ ଜଜ୍‌ କାର୍ଯ୍ୟରତ ଅଛନ୍ତି । ଅର୍ଥାତ୍‌ ଅନୁମୋଦିତ ପଦର ପ୍ରାୟ ୫୦ ପ୍ରତିଶତ ଜଜ୍‌ଙ୍କୁ ନେଇ ଚାଲିଛି ହାଇକୋର୍ଟ । ଏହାରି ଭିତରେ ନିକଟରେ ୨ ଜଣ ଜଜ୍‌ଙ୍କ ବଦଳି ପାଇଁ ସୁପାରିଶ କରାଯାଇଛି । ଏହାଛଡ଼ା ଆସନ୍ତା ଅକ୍ଟୋବର ଓ ନଭେମ୍ବର ମାସରେ ଆଉ ୨ ଜଣ ବିଚାରପତି ଅବସର ନେବେ । ଫଳରେ ଆଗକୁ ଜଜ୍‌ ସଂଖ୍ୟା ଆହୁରି କମିବା ଆଶଙ୍କା ରହିଛି ।

ବର୍ତ୍ତମାନ ଓଡ଼ିଶା ହାଇକୋର୍ଟରେ ପ୍ରାୟ ୧ ଲକ୍ଷ ୭୦ ହଜାର ମାମଲା ବିଚାରାଧୀନ ରହିଛି । ଜଜ୍‌ଙ୍କ ଅଭାବ ଯୋଗୁଁ ମାମଲା ଶୁଣାଣି ସହ ନ୍ୟାୟିକ ପ୍ରକ୍ରିୟା ମଧ୍ୟ ଲମ୍ବିତ ହେଉଛି । ଜଜ୍‌ ସଂଖ୍ୟା କମିବା ସହ ମାମଲାର ଚାପ ଲଗାତାର ବଢ଼ିବା ନ୍ୟାୟ ବ୍ୟବସ୍ଥା ପାଇଁ ଚିନ୍ତାର କାରଣ ପାଲଟିଛି ।ଜଜ୍‌ ଅଭାବକୁ ନେଇ ଓଡ଼ିଶା ହାଇକୋର୍ଟ ବାର୍‌ ଆସୋସିଏସନ୍‌ ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇଛି । ଏନେଇ ଏକ ସାମ୍ବାଦିକ ସମ୍ମିଳନୀ କରି ତୁରନ୍ତ ଆବଶ୍ୟକ ସଂଖ୍ୟକ ବିଚାରପତି ନିଯୁକ୍ତି କରିବାକୁ ଦାବି କରିଛି ବାର୍‌ ଆସୋସିଏସନ୍‌ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking