29.1 C
Bhubaneswar
Monday, August 17, 2026
Homeଓଡିଶାପୁଣି ବିପଦ ସଙ୍କେତ ଟପିଲା ଜଳକା ନଦୀର ଜଳସ୍ତର

ପୁଣି ବିପଦ ସଙ୍କେତ ଟପିଲା ଜଳକା ନଦୀର ଜଳସ୍ତର

ବାଲେଶ୍ୱର: ପୁଣି ବିପଦ ସଙ୍କେତ ଅତିକ୍ରମ କଲା ଜଳକା ନଦୀର ଜଳସ୍ତର। ମଥାନୀଠାରେ ବିପଦ ସଙ୍କେତ ୬.୫୦ ମିଟର ରହିଥିବା ବେଳେ ସକାଳ ୬ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ ୬.୫୨ ମିଟରରେ ପ୍ରବାହିତ ହେଉଛି। ବାଲେଶ୍ୱରର ବସ୍ତା ସମେତ ନଦୀର ଉପରମୁଣ୍ଡରେ ମୟୁରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ବଢୁଛି ଜଳସ୍ତର । ଗୋଟିଏ ପଟେ ଗତ ବନ୍ୟା ଛାଡି ନଥିବା ବେଳେ ପୁଣିଥରେ ବନ୍ୟା ସମ୍ଭାବନା ଲୋକଙ୍କୁ ଭୟଭୀତ କରିଛି । ସୁବର୍ଣ୍ଣରେଖା ନଦୀର ପୁଣି ଜଳସ୍ତର ବୃଦ୍ଧି ପାଉଛି, ନଦୀର ରାଜଘାଟ ଠାରେ ସତର୍କ ସଙ୍କେତ ୯.୪୫ ମିଟର ରହିଥିବା ବେଳେ ସକାଳ ୬ଟା ସୁଦ୍ଧା ଜଳସ୍ତର ୮,୭୪ ରହିଛି । ଜଳସ୍ତର ବୃଦ୍ଧି ଯୋଗୁଁ ବସ୍ତା ବାଲିଆପାଳ ଏବଂ ଭୋଗରାଇ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ନେଇ ଆଶଙ୍କା କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking