28.1 C
Bhubaneswar
Thursday, August 13, 2026
Homeଦେଶ ବିଦେଶଟେକ୍ସାସରେ ଆପାଚେ ହେଲିକପ୍ଟର ଦୁର୍ଘଟଣା: ୨ ପାଇଲଟଙ୍କ ମୃତ

ଟେକ୍ସାସରେ ଆପାଚେ ହେଲିକପ୍ଟର ଦୁର୍ଘଟଣା: ୨ ପାଇଲଟଙ୍କ ମୃତ

ନୂଆଦିଲ୍ଲୀ : ଟେକ୍ସାସରେ ଆମେରିକୀୟ ସେନାର ଏକ ଆପାଚେ ଏଏଚ୍-୬୪ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ହେଲିକପ୍ଟରରେ ଥିବା ଦୁଇ ପାଇଲଟଙ୍କ ମୃତ୍ୟୁ ଘଟିଛି । ଟେକ୍ସାସର ସାଲାଡୋ ଅଞ୍ଚଳରେ ଘଟଣାଟି ଘଟିଥିବା ବେଲ୍ କାଉଣ୍ଟି ସେରିଫ୍ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।ସ୍ଥାନୀୟ ସମୟ ଅପରାହ୍ନ ପ୍ରାୟ ୧ଟା ୩୦ରେ ଦୁର୍ଘଟଣା ସମ୍ପର୍କରେ ୯୧୧କୁ ଫୋନ୍ ଆସିଥିଲା । ଖବର ପାଇ ଜରୁରୀକାଳୀନ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ । ଦୁର୍ଘଟଣା ପରେ ହେଲିକପ୍ଟରଟିରେ ନିଆଁ ଲାଗିବା ସହ ନିକଟସ୍ଥ ଜଙ୍ଗଲରେ ମଧ୍ୟ ନିଆଁ ବ୍ୟାପିଥିଲା। ଏଥିପାଇଁ ସୁରକ୍ଷା ଦୃଷ୍ଟିରୁ ଅନେକ ଘରକୁ ଖାଲି କରାଯାଇଥିଲା ।

ଉଭୟ ପାଇଲଟଙ୍କୁ ଉଦ୍ଧାର କରି ଫୋର୍ଟ ହୁଡ୍‌ର କାର୍ଲ ଆର୍. ଡାର୍ନାଲ୍ ଆର୍ମି ମେଡିକାଲ୍ ସେଣ୍ଟରକୁ ନିଆଯାଇଥିଲା । ହେଲେ ଚିକିତ୍ସାଧୀନ ଅବସ୍ଥାରେ ଦୁହିଁଙ୍କ ମୃତ୍ୟୁ ହୋଇଥିଲା । ହେଲିକପ୍ଟରଟି ଫୋର୍ଟ ହୁଡ୍‌ରେ ମୁତୟନ ଥିଲା। ଦୁର୍ଘଟଣାର କାରଣ ଏବେ ବି ଅସ୍ପଷ୍ଟ ରହିଛି । ଫୋର୍ଟ ହୁଡ୍‌ର ଅପରାଧ ତଦନ୍ତ ବିଭାଗ ଘଟଣାର ତଦନ୍ତ କରୁଛି । ଆମେରିକୀୟ ସେନା ଅଧିକାରୀ ଓ ଟେକ୍ସାସ ଗଭର୍ଣ୍ଣର ଗ୍ରେଗ୍ ଆବୋଟ୍ ଏହି ଘଟଣାରେ ଶୋକ ପ୍ରକାଶ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking