28.1 C
Bhubaneswar
Thursday, August 13, 2026
Homeଓଡିଶାଲଗାଣ ବର୍ଷାରେ ବେହାଲ ବାଲେଶ୍ୱର ସହର

ଲଗାଣ ବର୍ଷାରେ ବେହାଲ ବାଲେଶ୍ୱର ସହର

ବାଲେଶ୍ୱର: ଲଘୁଚାପ ପ୍ରଭାବରେ ଲାଗି ରହିଛି ଲଗାଣ ବର୍ଷା । ଆଉ ଏହି ଲଗାତାର ବର୍ଷାରେ ବେହାଲ ହୋଇପଡିଛି ବାଲେଶ୍ୱର ସହର । ୧୬୭ ମିଲିମିଟର ବର୍ଷା ବର୍ଷା ଯୋଗୁଁ ସହରର ଅନେକ ରାସ୍ତା ଜଳମଗ୍ନ ହୋଇଥିବା ବେଳେ , ଅନେକ ଲୋକଙ୍କ ଘରେ ମଧ୍ୟ ବର୍ଷା ପାଣି ପଶିଛି । ରାସ୍ତା ଉପରେ ପାଣି ଲହଡୀ ମାରିଥିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଛି । ତଳିଆ ଅଞ୍ଚଳର ଲୋକଙ୍କ ଦୁର୍ଦ୍ଦଶା ଆହୁରି ବଢିଯାଇଛି । ଦୀର୍ଘ ସମୟ ଧରି ଅପରିଷ୍କାର ପାଣି ଜମି ରହିଥିବାରୁ ବିଭିନ୍ନ ରୋଗ ବ୍ୟାପିବାର ଆଶଙ୍କା ମଧ୍ୟ ରହିଛି । ଏହା ସହ ବାରମ୍ବାର ବନ୍ୟା ଓ ଜଳବନ୍ଦୀ ଯୋଗୁଁ ଲୋକଙ୍କୁ କୋଟି କୋଟି ଟଙ୍କାର କ୍ଷତି ସହିବାକୁ ପଡୁଥିବା ଅଭିଯୋଗ ହୋଇଛି । ତେବେ ପ୍ରଶ୍ନ ଉଠୁଛି , ବର୍ଷା ଦିନ ଆସିବା ଆଗରୁ ବାଲେଶ୍ୱରରେ କାହିଁକି ପ୍ରଶାସନ ସ୍ଥାୟୀ ଡ୍ରେନେଜ ଓ ଜଳ ନିଷ୍କାସନ ବ୍ୟବସ୍ଥାକୁ ଠିକ ଭାବେ ତିଆରି କରୁନାହିଁ । ବର୍ଷା ଦିନ ଆସିଲେ ନିଜ ନିଜ ନିର୍ବାଚନ ମଣ୍ଡଳୀର ବିଧାୟକ , ବିଧାୟିକା ମାନେ ସ୍ଥିତି ପରଖିବାକୁ ଆସୁଛନ୍ତି ହେଲେ ତା ପୂର୍ବରୁ କାହିଁକି ସ୍ଥାୟୀ ସମାଧାନ ହୋଇପାରୁନାହିଁ ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking