34.4 C
Bhubaneswar
Wednesday, August 12, 2026
Homeଦେଶ ବିଦେଶସଂସଦରେ ଯେକୌଣସି ପ୍ରସଙ୍ଗରେ ଆଲୋଚନା କରିବାକୁ ପ୍ରସ୍ତୁତ: ଅମିତ ଶାହ

ସଂସଦରେ ଯେକୌଣସି ପ୍ରସଙ୍ଗରେ ଆଲୋଚନା କରିବାକୁ ପ୍ରସ୍ତୁତ: ଅମିତ ଶାହ

ନୂଆଦିଲ୍ଲୀ: ସଂସଦରେ ଆଲୋଚନା ନେଇ ବିରୋଧୀଙ୍କୁ ଗୃହ ମନ୍ତ୍ରୀ ଅମିତ ଶାହଙ୍କ କଡା ଜବାବ। କହିଛନ୍ତି, ସତସାହସ ଥିଲେ ଆଜି ଅପରାହ୍ନ ୨ଟା ସୁଦ୍ଧା ବାଚସ୍ପତିଙ୍କୁ ପ୍ରସ୍ତାବ ଦିଅନ୍ତୁ । ଆଜି ଅପରାହ୍ମ ୩ଟାରୁ କାଲି ଅପରାହ୍ନ ୩ଟା ଯାଏଁ ବିବୃତି ରଖିବାକୁ ପ୍ରସ୍ତୁତ । ସଂସଦରେ ଆଲୋଚନା ନେଇ କିଛି ନା କିଛି ବିଧି ବ୍ୟବସ୍ଥା ରହିଛି। ଯଦି ବାଚସ୍ପତି ଅନୁମତି ଦିଅନ୍ତି ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ବାତିଲ ପାଇଁ ପ୍ରସ୍ତୁତ । ଦେଶବାସୀଙ୍କୁ ସବୁକିଛି ଅବଗତ କରାଇବା ପାଇଁ ପ୍ରସ୍ତୁତ। ତେଣୁ ବିରୋଧୀ ସ୍ଥିର କରନ୍ତୁ ହଟ୍ଟଗୋଳ କରିବେ ନା ଆଲୋଚନାକୁ ଆସିବେ। ତେବେ ଅମିତ ଶାହଙ୍କ ମନ୍ତବ୍ୟର ଜବାବ ଦେଇ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଖଣ୍ଡନ କରି କହିଛନ୍ତି, ବିରୋଧୀ ଦଳ ଅମିତ ଶାହଙ୍କ ଭାଷଣ ଶୁଣିବାକୁ ଆଗ୍ରହୀ ନୁହଁନ୍ତି । ପ୍ରତିବାଦ କରୁଥିବା ଛାତ୍ରମାନଙ୍କ ପ୍ରତି ହେଉଥିବା ବ୍ୟବହାର ସମ୍ପର୍କିତ ପ୍ରଶ୍ନର ଉତ୍ତର ଚାହାନ୍ତି । ଛାତ୍ରମାନଙ୍କ ଉପରକୁ କଣ୍ଟା ବ୍ୟବହୃତ ଲାଠି ମାଡ କରିବାକୁ କିଏ ନିର୍ଦ୍ଦେଶ ଦେଇଥିଲା ବୋଲି ରାହୁଲ ଗାନ୍ଧୀ ପ୍ରଶ୍ନ କରିଛନ୍ତି। ଆହୁରି କହିଛନ୍ତି, ଯଦି ଅମିତ ଶାହା କାର୍ଯ୍ୟାର୍ନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିବେ କି କହିଥିବେ, ସେ ଇସ୍ତଫା ଦେବା ଉଚିତ । ଗତ ୨୦ ଦିନ ଧରି ଅମିତ ଶାହ ସଂସଦ ଆସୁନଥିଲେ । ତାଙ୍କର ଏହି ପ୍ରସଙ୍ଗରେ ଆଲୋଚନା କରିବା ପାଇଁ ସତସାହସ ନାହିଁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking