22.1 C
Bhubaneswar
Friday, November 20, 2026
Homeଓଡିଶାବନ୍ୟା ମୁକାବିଲା ପାଇଁ ରାଜ୍ୟରେ ୨୪ ଘଣ୍ଟିଆ ସତର୍କତା ଓ ରାତ୍ରିକାଳୀନ ପାଟ୍ରୋଲିଂ କଡ଼ାକଡ଼ି କରିବାକୁ...

ବନ୍ୟା ମୁକାବିଲା ପାଇଁ ରାଜ୍ୟରେ ୨୪ ଘଣ୍ଟିଆ ସତର୍କତା ଓ ରାତ୍ରିକାଳୀନ ପାଟ୍ରୋଲିଂ କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦେଲେ ଜଳ ସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ

ଭୁବନେଶ୍ୱର: ପରିବର୍ତ୍ତିତ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ବନ୍ୟା ମୁକାବିଲା ପ୍ରସ୍ତୁତିକୁ ଅଧିକ ସୁଦୃଢ଼ କରିବା ସହ ରାଜ୍ୟବ୍ୟାପୀ ୨୪ ଘଣ୍ଟିଆ ସତର୍କତା ଓ କ୍ଷେତ୍ରସ୍ତରୀୟ ତଦାରଖ ବ୍ୟବସ୍ଥାକୁ ଜୋରଦାର କରିଛି ଜଳ ସମ୍ପଦ ବିଭାଗ। ଏହି ପରିପ୍ରେକ୍ଷୀରେ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମାଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ସର୍ବୋଚ୍ଚ ଯନ୍ତ୍ରୀ ଇଂ. ଦିଲ୍ଲୀପ କୁମାର ରାଉତ, ସର୍ବୋଚ୍ଚ ଯନ୍ତ୍ରୀ, ଯୋଜନା ଓ ନକ୍ସା ଏବଂ ସର୍ବୋଚ୍ଚ ଯନ୍ତ୍ରୀ, ଯୋଜନା ଓ ପର୍ଯ୍ୟବେକ୍ଷଣଙ୍କ ସମେତ ସମସ୍ତ ମୁଖ୍ୟ ଯନ୍ତ୍ରୀ ଓ ବେସିନ୍ ମ୍ୟାନେଜର ଯୋଗଦେଇଥିଲେ।

ରାତ୍ରିକାଳୀନ ସତର୍କତା ଉପରେ ବିଶେଷ ଗୁରୁତ୍ୱ ଦେଇ ପ୍ରମୁଖ ଶାସନ ସଚିବ ସମ୍ବେଦନଶୀଳ ନଦୀ ଅବବାହିକା, ନଦୀବନ୍ଧ ଓ ଗୁରୁତ୍ୱପୂର୍ଣ୍ଣ ଜଳ ଭିତ୍ତିଭୂମିଗୁଡ଼ିକରେ ୨୪ ଘଣ୍ଟିଆ ନିରୀକ୍ଷଣ ସହ ରାତ୍ରିକାଳୀନ ପାଟ୍ରୋଲିଂକୁ ଅଧିକ କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ଅତିରିକ୍ତ ଅଧିକାରୀ ନିୟୋଜିତ କରି ନିରନ୍ତର ତଦାରଖ ଓ ଆବଶ୍ୟକ ସ୍ଥଳେ ତ୍ୱରିତ ପଦକ୍ଷେପ ସୁନିଶ୍ଚିତ କରିବାକୁ କୁହାଯାଇଥିଲା। ଏଥିସହ ଯେକୌଣସି ଉତ୍ସରୁ ଆସୁଥିବା ପ୍ରତ୍ୟେକ ଫୋନ୍ କଲ୍ ଓ ସତର୍କ ସୂଚନାକୁ ଗୁରୁତ୍ୱର ସହ ଗ୍ରହଣ କରି ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ଜନସାଧାରଣ ଓ କ୍ଷେତ୍ରସ୍ତରୀୟ କର୍ମଚାରୀଙ୍କଠାରୁ ମିଳୁଥିବା ସୂଚନା ଯେପରି ଅବହେଳିତ ନହୁଏ, ସେଥିପ୍ରତି ଗୁରୁତ୍ୱାରୋପ କରାଯାଇଥିଲା।

ପୂର୍ବ ବନ୍ୟା ଅନୁଭୂତିରୁ ଶିକ୍ଷା ଗ୍ରହଣ କରି ଆଗୁଆ ପ୍ରତିଷେଧକ ପଦକ୍ଷେପ ନେବା ଉପରେ ମଧ୍ୟ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। ପୂର୍ବରୁ ଚିହ୍ନଟ ହୋଇଥିବା ସମ୍ବେଦନଶୀଳ ସ୍ଥାନଗୁଡ଼ିକର ପୁନଃ ଅନୁଧ୍ୟାନ କରି ପୂର୍ବର ସମସ୍ୟା ଓ ଆହ୍ୱାନଗୁଡ଼ିକର ଆକଳନ କରିବା ସହ ଆବଶ୍ୟକ ପ୍ରତିକାରମୂଳକ ବ୍ୟବସ୍ଥା ଗ୍ରହଣ କରିବାକୁ ଅଧିକାରୀମାନଙ୍କୁ କୁହାଯାଇଥିଲା। ବର୍ଷା, ଉପରମୁଣ୍ଡରୁ ଆସୁଥିବା ଜଳପ୍ରବାହ ଓ ନଦୀର ଜଳସ୍ତର ସମ୍ପର୍କିତ ସୂଚନାର ତ୍ୱରିତ ଆଦାନପ୍ରଦାନ ପାଇଁ ଜିଲ୍ଲା ପ୍ରଶାସନ ଓ ପଡ଼ୋଶୀ ରାଜ୍ୟଗୁଡ଼ିକ ସହ ସମନ୍ୱୟ ରକ୍ଷା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା। ଏହାଦ୍ୱାରା ଜଳଭଣ୍ଡାର ପରିଚାଳନା ଓ ନିମ୍ନ ଅବବାହିକାରେ ସମ୍ଭାବ୍ୟ ବିପଦ ହ୍ରାସ ପାଇଁ ଉପଯୁକ୍ତ ସମୟରେ ନିଷ୍ପତ୍ତି ନିଆଯାଇପାରିବ।

ସମନ୍ୱିତ କାର୍ଯ୍ୟଧାରା ଓ ଉତ୍ତରଦାୟିତ୍ୱ ଉପରେ ଗୁରୁତ୍ୱାରୋପ କରି ପ୍ରମୁଖ ଶାସନ ସଚିବ କହିଥିଲେ ଯେ, ବନ୍ୟା ପ୍ରସ୍ତୁତି କେବଳ ଯୋଜନାରେ ସୀମିତ ନରହି ନିରନ୍ତର ସତର୍କତା, ପ୍ରଭାବଶାଳୀ ଯୋଗାଯୋଗ ଓ ତ୍ୱରିତ ପଦକ୍ଷେପ ମାଧ୍ୟମରେ କାର୍ଯ୍ୟକ୍ଷେତ୍ରରେ ପ୍ରତିଫଳିତ ହେବା ଆବଶ୍ୟକ। ଜୀବନ ରକ୍ଷା, ଗୁରୁତ୍ୱପୂର୍ଣ୍ଣ ଜଳ ଭିତ୍ତିଭୂମିର ସୁରକ୍ଷା ଏବଂ ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ବିଭାଗ ସମସ୍ତ ସ୍ତରରେ ସମନ୍ୱିତ ଓ ସତର୍କ ପଦକ୍ଷେପ ଜାରି ରଖିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking