କେନ୍ଦୁଝର : ସ୍ତ୍ରୀର କାଠଫାଳିଆ ମାଡ଼ରେ ସ୍ବାମୀ ମୃତ । ଘଟଗାଁ ଥାନା ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ବାଙ୍କପାଟୁଳି ମୁଣ୍ଡା ସାହିରେ ଅଭାବନୀୟ ଘଟଣା । ଗତକାଲି ରାତିରେ ଆନନ୍ଦ ମୁଣ୍ଡା ମଦ୍ୟପାନ କରି ସ୍ତ୍ରୀ ଯାତ୍ରୀ ମୁଣ୍ଡା ସହିତ ଝଗଡ଼ା କରିଥିଲା । ରାଗରେ ଉତକ୍ଷିପ୍ତ ହୋଇ ଯାତ୍ରୀ ଏକ କାଠଫାଳିଆରେ ସ୍ବାମୀର ମୁଣ୍ଡକୁ ପିଟିଥିଲା । ତାଙ୍କୁ ତୁରନ୍ତ ପଡ଼ୋଶୀ ଲୋକେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।ଖବର ପାଇ ଘଟଗାଁ ଥାନା ସବ୍ ଇନ୍ସପେକ୍ଟର ପ୍ରଶାନ୍ତ କୁମାର ବେହେରା ମୃତଦେହ ଜବତ କରି ପୋଷ୍ଟମର୍ଟମ କରାଇଛନ୍ତି । ଏପଟେ ସ୍ବାମୀକୁ ହତ୍ୟା ଅଭିଯୋଗରେ ସ୍ତ୍ରୀ ଯାତ୍ରୀକୁ ଗିରଫ କରାଯାଇଛି । ଯାତ୍ରୀ ହେଉଛି ମୃତକ ଆନନ୍ଦ ମୁଣ୍ଡାର ଦ୍ଵିତୀୟ ସ୍ତ୍ରୀ ।










