ଭୁବନେଶ୍ୱର; 10 ଅଗଷ୍ଟ 26 ମୁଖ୍ୟମନ୍ତ୍ରୀଙ୍କ ତିରଙ୍ଗା ଶୋଭାଯାତ୍ରାରେ ତିନି ଗୋଟି ସ୍କୁଲ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡ଼ିବା ବିଷୟକୁ ନେଇ କଂଗ୍ରେସ ଭବନଠାରେ ଏକ ପ୍ରେସ ବିବୃତ୍ତି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା lଗଣମାଧ୍ୟମକୁ ପ୍ରେସ ବିବୃତ୍ତି ପ୍ରଦାନକରି ଓପିସିସି ମୁଖପାତ୍ର ଆଡ଼ଭୋକେଟ ଲଲାଟେନ୍ଦୁ ଦାସ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ମାନବାଧିକାର କମିସନଙ୍କ ନିକଟରେ କଂଗ୍ରେସ ଦଳ ତରଫରୁ ଏକ ମକଦ୍ଦମା ଦାଖଲ କରାଯାଇଛି l କାରଣକ୍ରାନ୍ତି ଦିବସକୁ ସଫଳ କରିବାକୁ ଯାଇ ରାଜ୍ୟସ୍ତରୀୟ ଘର ଘର ତୀରଙ୍ଗା କାର୍ଯ୍ୟକ୍ରମରେ ବାଲିପାଟଣା ଶିଶୁ ଅନନ୍ତ ମହାବିଦ୍ୟାଳୟର 105 ଜଣ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ଅଭିଭାବକଙ୍କ ସହମତି ନ ନେଇ ସେମାନଙ୍କୁ ଉକ୍ତ କାର୍ଯ୍ୟକ୍ରମରେ ସାମିଲ କରାଯାଇଥିଲା l ସେମାନଙ୍କ ମଧ୍ୟରୁ ଅଣନିଶ୍ୱାସୀ ହୋଇ 3 ଜଣଙ୍କ ଅବସ୍ଥା ହୋଇ ଗୁରୁତର ହେବାରୁ ସେମାନଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଆଡମିସନ କରାଯାଇଥିଲା । ଏଭଳି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କୁ ସାମିଲ କରିବା ନେଇ ମାନ୍ୟବର ଅଦାଲତଙ୍କ ବାରଣ ଥିବା ସତ୍ତ୍ୱେ ରାଜ୍ୟ ସରକାର ଜାଣିଶୁଣି ଆଇନକୁ ଉଲ୍ଲଂଘନ କରିଥିବା ହେତୁ ଏହି ବେଆଇନ କାର୍ଯ୍ୟକ୍ରମ ବିରୁଦ୍ଧରେ ଓଡିଶା ମାନବାଧିକାର କମିସନଙ୍କ ନିକଟରେ କଂଗ୍ରେସ ଦଳ ତରଫରୁ ଏକ ମାମଲା ରୁଜୁ ହୋଇଛି । ଏହି ମାମଲାକୁ ଗ୍ରହଣ କରି ଏକ ଉଚ୍ଚସ୍ତରୀୟ ତଦନ୍ତ ତଥା ଦୋଷୀ ବ୍ୟକ୍ତି ମାନଙ୍କ ବିରୁଦ୍ଧରେ ଦୃଢ଼
କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରାର୍ଥନା
କରାଯାଇଛି । ପୀଡ଼ିତ
ଛାତ୍ରଛାତ୍ରୀଙ୍କୁ ଆର୍ଥିକ
ଅନୁଦାନ ତଥା ଉପଯୁକ୍ତ
ଚିକିତ୍ସା ମାଗଣାରେ ପ୍ରଦାନ
କରାଯିବାକୁ ମଧ୍ୟ ଉଲ୍ଲେଖ
ରହିଛି । ଏହି ସାମ୍ବାଦିକ
ସମ୍ମିଳନୀରେ ଓପିସିସି ମୁଖପାତ୍ର ହିମାଂଶୁ ଲେଙ୍କା ମଧ୍ୟ ଉପସ୍ଥିତ ଥିଲେ ।










