27.8 C
Bhubaneswar
Monday, August 10, 2026
Homeଦେଶ ବିଦେଶଆସାମରେ ବନ୍ୟାର କରାଳ ରୂପ: ୧୦୦ ଟପିଲା ମୃତ୍ୟୁସଂଖ୍ୟା

ଆସାମରେ ବନ୍ୟାର କରାଳ ରୂପ: ୧୦୦ ଟପିଲା ମୃତ୍ୟୁସଂଖ୍ୟା

ନୂଆଦିଲ୍ଲୀ: ଆସାମରେ ବନ୍ୟାର କରାଳ ରୂପ, ୧୦୦ରୁ ଅଧିକ ମୃତ । ଉତ୍ତର ପ୍ରଦେଶ ଓ  ବିହାରରେ ମଧ୍ୟ ବର୍ଷା ନେଇ  ପାଣିପାଗ ବିଭାଗର ସତର୍କକତା ଜାରି।ଦେଶର ବିଭିନ୍ନ ରାଜ୍ୟରେ ପ୍ରାକୃତିକ ବିପର୍ୟ୍ୟୟ ଏବଂ ବର୍ଷାର ଭୟାବହତା ଜାରି ରହିଛି । ବିଶେଷକରି ଆସାମରେ ବନ୍ୟା ପରିସ୍ଥିତି ଅତି ମର୍ମନ୍ତୁଦ ହୋଇପଡ଼ିଥିବା ବେଳେ ଉତ୍ତର ପ୍ରଦେଶ, ବିହାର, କେରଳ, ଗୁଜରାଟ ଏବଂ ରାଜଧାନୀ ଦିଲ୍ଲୀରେ ମଧ୍ୟ ପାଗ ରହିଛି ଅତ୍ୟନ୍ତ ଖରାପ । ଆସାମରେ ଲଗାତାର ବର୍ଷା ଓ ବନ୍ୟା ଯୋଗୁ ଜନଜୀବନ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇପଡ଼ିଛି । ରାଜ୍ୟରେ ବନ୍ୟାଜନିତ ମୃତ୍ୟୁସଂଖ୍ୟା ୧୦୦ ଟପିଥିବା କୁହାଯାଉଛି ।

ସରକାରୀ ରିପୋର୍ଟ ଅନୁଯାୟୀ, ମୃତକଙ୍କ ମଧ୍ୟରେ ୬୦ ଜଣ ପୁରୁଷ, ୨୩ ଜଣ ମହିଳା ଏବଂ ୧୮ ଜଣ ଶିଶୁ ଅଛନ୍ତି ।  କଚାରରେ ୨୨, ଶିବସାଗରରେ ୪୯,  କରିମଗଞ୍ଜରେ ୯ ଏବଂ ଗୋଲାଘାଟରେ ୮ ଜଣଙ୍କର ମୃତ୍ୟୁ ହୋଇଛି । ଏହାଛଡ଼ା ଧେମାଜି, ନାଗାଁଓ, ଉଦାଲଗୁଡ଼ି, ସୋନିତପୁର ଏବଂ କାର୍ବି ଆଙ୍ଗଲୋଂଗ୍ ଜିଲ୍ଲାରେ ମଧ୍ୟ ବନ୍ୟା ବ୍ୟାପକ କ୍ଷତି ଘଟାଇଛି । ହାଥିନୀକୁଣ୍ଡ ବ୍ୟାରେଜରୁ ପାଣି ଛଡ଼ାଯିବା ପରେ ଦିଲ୍ଲୀରେ ଯମୁନା ନଦୀର ଜଳସ୍ତର ବୃଦ୍ଧି ପାଇ ବନ୍ୟା ଆଶଙ୍କା ସୃଷ୍ଟି କରିଥିଲା । ତେବେ ବର୍ତ୍ତମାନ ଜଳସ୍ତର କିଛି ମାତ୍ରାରେ ଖସିବାରେ ଲାଗିଛି ଏବଂ ଜଳସେଚନ ବିଭାଗ ପକ୍ଷରୁ ସ୍ଥିତି ଉପରେ କଡ଼ା ନଜର ରଖାଯାଇଛି ।  ରାଜଧାନୀ ଦିଲ୍ଲୀରେ ପ୍ରବଳ ଝଡ଼ବର୍ଷା ନେଇ ଚେତାବନୀ ଜାରି କରାଯାଇଛି । ବର୍ଷା ସମୟରେ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ  ପବନ ବହିପାରେ  ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking