31.7 C
Bhubaneswar
Sunday, August 9, 2026
Homeଓଡିଶାପୂର୍ବ ସରକାରଙ୍କୁ ଟାର୍ଗେଟ୍ କଲେ ପଞ୍ଚାୟତରାଜ ମନ୍ତ୍ରୀ

ପୂର୍ବ ସରକାରଙ୍କୁ ଟାର୍ଗେଟ୍ କଲେ ପଞ୍ଚାୟତରାଜ ମନ୍ତ୍ରୀ

ଭୁବନେଶ୍ୱର : ଆବାସ ଯୋଜନାକୁ ନେଇ ପୂର୍ବ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ । ପୂର୍ବ ସରକାର ଆବାସ ଯୋଜନାରେ ସମସ୍ତଙ୍କୁ ଘର ଯୋଗାଇ ଦିଆଯାଇଥିବା ନେଇ ଭୂଆଁ ବୁଲାଉଥିଲେ ବୋଲି କହିଛନ୍ତି ମନ୍ତ୍ରୀ । ମନ୍ତ୍ରୀ କହିଛନ୍ତି, ବାସ୍ତବ ସ୍ଥିତି ପୂରା ଭିନ୍ନ। ବର୍ତ୍ତମାନର ସରକାର ଆବାସ ଯୋଜନାର ପ୍ରକୃତ ହିତାଧିକାରୀଙ୍କୁ ଚିହ୍ନଟ କରିବା ପାଇଁ ସର୍ଭେ କରୁଛନ୍ତି। ଏପର୍ଯ୍ୟନ୍ତ ପ୍ରାୟ ୩୭ ଲକ୍ଷ ଲୋକଙ୍କର ସର୍ଭେ କରାଯାଇଛି। ସେଥିମଧ୍ୟରୁ ୨୦ ଲକ୍ଷ ଲୋକଙ୍କୁ ଆବାସ ଘର ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି । ସେହିପରି ଅନ୍ତୋଦୟ ଯୋଜନାରେ ୨.୫ ଲକ୍ଷ ଲୋକଙ୍କୁ ଘର ଦିଆଯାଇଛି ଏବଂ ଆଗକୁ ଆହୁରି ୫ ଲକ୍ଷ ଲୋକଙ୍କୁ ଘର ଯୋଗାଇ ଦିଆଯିବ ବୋଲି ସୂଚନା ଦେଇଛନ୍ତି ରବି ନାଏକ । ଗ୍ରାମାଞ୍ଚଳର ଭୂମିହୀନ ଲୋକଙ୍କ ପାଇଁ ୪ ଡେସିମିଲ ଜମି ଦେବାର ବ୍ୟବସ୍ଥା ରହିଛି। ତେବେ ସହରାଞ୍ଚଳର ଭୂମିହୀନ ଲୋକଙ୍କୁ ଫ୍ଲାଟ୍ ଯୋଗାଇ ଦିଆଯିବ ବୋଲି ପଞ୍ଚାୟତିରାଜ ମନ୍ତ୍ରୀ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking