26.1 C
Bhubaneswar
Friday, August 7, 2026
Homeଦେଶ ବିଦେଶମୁଖ୍ୟମନ୍ତ୍ରୀ ବିଜୟଙ୍କୁ ବଡ଼ ଆଶ୍ୱସ୍ତି: ଛାଡ଼ପତ୍ର ମାମଲା ପ୍ରତ୍ୟାହାର କରିନେଲେ ପତ୍ନୀ

ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ବଡ଼ ଆଶ୍ୱସ୍ତି: ଛାଡ଼ପତ୍ର ମାମଲା ପ୍ରତ୍ୟାହାର କରିନେଲେ ପତ୍ନୀ

ଚେନ୍ନାଇ : ତାମିଲନାଡୁର ମୁଖ୍ୟମନ୍ତ୍ରୀ ତଥା ଥାଲାପତି  ବିଜୟଙ୍କର ହେବ ନାହିଁ ଛାଡ଼ପତ୍ର। ଅଭିନେତାଙ୍କ ପତ୍ନୀ ସଙ୍ଗୀତା ଛାଡ଼ପତ୍ର ପାଇଁ ଦାଖଲ କରିଥିବା ଆବେଦନକୁ ପ୍ରତ୍ୟାହାର କରି ନେଇଛନ୍ତି। ଉଭୟଙ୍କ ସମ୍ପର୍କକୁ ନେଇ ଦୀର୍ଘ ସମୟ ଧରି ଚର୍ଚ୍ଚା ଚାଲିଥିଲା। ୨୭ ବର୍ଷର ପୁରୁଣା ସମ୍ପର୍କ ଭାଙ୍ଗିବାର ସ୍ଥିତିରେ ପହଞ୍ଚିଥିଲା।ସଙ୍ଗୀତା ଅଭିଯୋଗ କରିଥିଲେ ଯେ, ବିଜୟଙ୍କର କଥିତ ଭାବେ ଅନ୍ୟ ଜଣଙ୍କ ସହ ସମ୍ପର୍କ ରହିଛି। ଏହାକୁ ନେଇ ସେ ବିଜୟଙ୍କଠାରୁ ଛାଡ଼ପତ୍ର ନେବାକୁ ଚାହୁଁଥିଲେ। କିନ୍ତୁ ଏବେ ସେ ନିଜ ଛାଡ଼ପତ୍ର ଆବେଦନକୁ ଫେରାଇ ନେଇଛନ୍ତି।ସମ୍ବାଦ ସଂସ୍ଥା ଏଏନଆଇ ଅନୁସାରେ, ସଙ୍ଗୀତା ତାଙ୍କ ସ୍ୱାମୀ ମୁଖ୍ୟମନ୍ତ୍ରୀ ସି. ଜୋସେଫ୍ ବିଜୟଙ୍କ ବିରୋଧରେ ଛାଡ଼ପତ୍ର ପାଇଁ ଦାଖଲ କରିଥିବା ଯାଚିକାକୁ ପ୍ରତ୍ୟାହାର କରିଛନ୍ତି। ସଙ୍ଗୀତାଙ୍କ ଆବେଦନ ଫେରାଇ ନେବା ପରେ ଚେଙ୍ଗଲପଟ୍ଟୁ କୋର୍ଟ ବିଜୟଙ୍କ ଛାଡ଼ପତ୍ର ମାମଲାକୁ ବନ୍ଦ କରିଦେଇଛନ୍ତି। ଏହି ଖବର ସାମ୍ନାକୁ ଆସିବା ପରେ ବିଜୟଙ୍କ ପ୍ରଶଂସକମାନେ ମଧ୍ୟ ଆଶ୍ୱସ୍ତିର ନିଶ୍ୱାସ ନେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking