30 C
Bhubaneswar
Friday, August 7, 2026
Homeଓଡିଶାବିଜେପି ନେତାଙ୍କୁ ହତ୍ୟା: ୩ ଗିରଫ

ବିଜେପି ନେତାଙ୍କୁ ହତ୍ୟା: ୩ ଗିରଫ

କଳାହାଣ୍ଡି : କଳାହାଣ୍ଡି ପୋଲିସକୁ ବଡ଼ ସଫଳତା l ବିଜେପି ନେତା ଫକୀର ରଣା ହତ୍ୟାକାଣ୍ଡ ଘଟଣାରେ ୩ ଗିରଫ । ୨୪ ଘଣ୍ଟା ମଧ୍ୟରେ ୩ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି କଳାହାଣ୍ଡି ପୋଲିସ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ଏସ୍‌ପି ସୂଚନା ଦେଇଛନ୍ତି lଗତ ୫ ତାରିଖ ରାତି ପ୍ରାୟ ୮ଟା ୩୦ ମିନିଟ୍ ସମୟରେ ଫକୀର ରଣାଙ୍କ ସହ ଅଭିଯୁକ୍ତ ମାନଙ୍କର ଯୁକ୍ତିତର୍କ ହୋଇଥିଲା । ପରେ ସଂଘବଦ୍ଧ ଭାବେ ତାଙ୍କ ଉପରେ ଆକ୍ରମଣ କରାଯାଇଥିଲା l ଯେଉଁଥିରେ ଫକୀର ରଣାଙ୍କ ମୃତ୍ୟୁ ଘଟିଥିଲା lଘଟଣାର ଖବର ପାଇବା ପରେ ପୋଲିସ ତୁରନ୍ତ ତଦନ୍ତ ଆରମ୍ଭ କରି ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା l ୨୪ ଘଣ୍ଟା ମଧ୍ୟରେ ୩ ଜଣ   ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି l

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking