26.7 C
Bhubaneswar
Thursday, August 6, 2026
Homeଓଡିଶାବାପର କାଠ ଫାଳିଆ ମାଡ଼ରେ ପୁଅର ମୃତ୍ୟୁ

ବାପର କାଠ ଫାଳିଆ ମାଡ଼ରେ ପୁଅର ମୃତ୍ୟୁ

କଳାହାଣ୍ଡି: କଳାହାଣ୍ଡି ଜିଲା କଲମପୁର ଥାନା ନୂଆଗୁଡ଼ାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ବାପର କାଠ ଫାଳିଆ ମାଡରେ ଭେଣ୍ଡିଆ ପୁଅର ମୃତ୍ୟୁ ହେବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି ।ନୁଆଗୁଡା ଗାଁ ର ମାନସିଂହ ଗହୀର ଘରୋଇ ଅଶାନ୍ତିକୁ ନେଇ ପୁଅ ଆଲୋକ ରଞ୍ଜନ ସହ ବଚସା ହୋଇଥିଲା। ପରବର୍ତ୍ତୀ ସମୟରେ ବାପା ମାନସିଂହ ଉତକ୍ଷିପ୍ତ ହେଇ ପୁଅ ଆଲୋକର ମୁଣ୍ଡରେ ଏକ କାଠ ଫାଳିଆ ଦ୍ୱାରା ଆକ୍ରମଣ କରିଥିଲେ। ଫଳରେ ଆଲୋକ ରକ୍ତାକ୍ତ ଅବସ୍ଥାରେ ଘର ସମ୍ମୁଖରେ ପଡିଯାଇଥିଲା।ପରିବାର ଲୋକ ଗୁରୁତର ଅବସ୍ଥାରେ ଆଲୋକକୁ ଉଦ୍ଧାର କରି ଚିକିତ୍ସା ପାଇଁ କଲମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷିତ କରିଥିଲେ। ଅନ୍ୟପକ୍ଷରେ ପୋଲିସ ଆକ୍ରମଣକାରୀ ବାପ ମାନସିଂହକୁ ଥାନାରେ ଅଟକ ରଖି ପଚରାଉଚରା ଜାରି ରଖିଛି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking