ଭୁବନେଶ୍ୱର : ରାଜଧାନୀରେ ଯୁବକଙ୍କ ଉନ୍ମତ୍ତ କାଣ୍ଡ , ଏସ୍ୟୁଭି କାର୍ ଧରି ଖେଳାଇଲେ ଆତଙ୍କ । ଲେଡିଜ୍ ହଷ୍ଟେଲ ଭିତରେ ପଶିଗଲା କଲେ ଦ୍ରୁତଗାମୀ କାର୍ । ଫୁଟପାଥ ଉପରେ ଚଲାଇଲେ ସ୍କର୍ପିଓ କାର୍ , ଭାଙ୍ଗିଦେଲେ ଏକାଧିକ ଗାଡ଼ି । ଶେଷରେ ଲେଡିଜ୍ ହଷ୍ଟେଲ ଭିତରେ ଥିବା ଗାଡ଼ି ଗୁଡ଼ିକ କଲେ ଚୁରମାର୍ । ବିଜୁ ପଟ୍ଟନାୟକ କଲେଜ୍ ସମ୍ମୁଖରେ ଥିବା ଲେଡିସ ହଷ୍ଟେଲ ଭିତରେ ଗାଡ଼ି ଭର୍ତ୍ତି କରିଦେଲେ ଉନ୍ମତ୍ତ ଯୁବକ । ଘଟଣା ସ୍ଥଳରେ ନୟାପଲ୍ଲୀ ଥାନା ପୋଲିସ । ଯୁବକକୁ କାବୁ କରି ଥାନାକୁ ନେଇ ପଚରାଉଚରା । ଘଟଣାକୁ ନେଇ ଲେଡିସ ହଷ୍ଟେଲରେ ରହୁଥିବା ଅନ୍ତେବାସୀ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଖେଳିଛି କୋକୁଆ ଭୟ । ନୋଟିସ ଦେଇ ଯୁବକଙ୍କୁ ଛାଡ଼ିଦେଲା ପୁଲିସ ।










