31.1 C
Bhubaneswar
Thursday, August 6, 2026
Homeଦେଶ ବିଦେଶଏହି ଦିନ ଆସିବ ୧୦,୨୦ ଟଙ୍କିଆ ପ୍ଲାଷ୍ଟିକ୍ ନୋଟ୍

ଏହି ଦିନ ଆସିବ ୧୦,୨୦ ଟଙ୍କିଆ ପ୍ଲାଷ୍ଟିକ୍ ନୋଟ୍

ନୂଆଦିଲ୍ଲୀ:  ଭାରତୀୟ ରିଜର୍ଭ ବ୍ୟାଙ୍କ ଓ କେନ୍ଦ୍ର ସରକାର ଦେଶରେ ପ୍ଲାଷ୍ଟିକ୍ କିମ୍ବା ପଲିମର ନୋଟ୍‌ ଚଳାଚଳ ପାଇଁ ବଡ଼ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ୨୦୨୭-୨୮ ଆର୍ଥିକ ବର୍ଷ ଆରମ୍ଭରୁ ଦେଶରେ ୧୦ ଓ ୨୦ ଟଙ୍କିଆ ପ୍ଲାଷ୍ଟିକ୍ ନୋଟ୍‌ ବଜାରକୁ ଆସିପାରେ ବୋଲି ସୂଚନା ମିଳୁଛି । ଏବେ ଆଉ ପକେଟରେ ଥିବା ୧୦ ଓ ୨୦ ଟଙ୍କିଆ କାଗଜ ନୋଟ୍ ବାରମ୍ବାର ଓଦା ହୋଇ ଚିରିଯିବାର ଭୟ ରହିବ ନାହିଁ । ତେବେ ବର୍ତ୍ତମାନ ମନରେ ପ୍ରଶ୍ନ ଉଠୁଛି ଯେ ଏହି ନୂଆ ପ୍ଲାଷ୍ଟିକ୍ ନୋଟ୍‌ କିପରି ହେବ? କାଗଜ ନୋଟ୍‌ କ’ଣ ସମ୍ପୂର୍ଣ୍ଣ ବନ୍ଦ ହୋଇଯିବ?  କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ସଂସଦରେ ଏହି ବିଷୟରେ ଆନୁଷ୍ଠାନିକ ସୂଚନା ଦେଇଛନ୍ତି। ଆରବିଆଇର ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ସବୁକିଛି ଯୋଜନା ମୁତାବକ ଚାଲିଲେ, ୨୦୨୭-୨୮ ଆର୍ଥିକ ବର୍ଷ ଆରମ୍ଭରୁ ଏହି ନୋଟ୍‌ ବଜାରରେ ଉପଲବ୍ଧ ହେବ। ପରୀକ୍ଷାମୂଳକ ଭାବେ ୧୦ ଟଙ୍କାର ୧୦୦ କୋଟି ଏବଂ ୨୦ ଟଙ୍କାର ୧୦୦ କୋଟି ପଲିମର ନୋଟ୍‌ ଛପାଯିବ। ଆଇବିଆଇର ସହଯୋଗୀ ସଂସ୍ଥା BRBNMPL ଦ୍ୱାରା ଏହି ନୋଟ୍‌ଗୁଡ଼ିକ ଛପାଯିବାର ସୂଚନା ମିଳୁଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking