31.1 C
Bhubaneswar
Thursday, August 6, 2026
Homeଓଡିଶାବହିରେ ତ୍ରୁଟି ଅଭିଯୋଗକୁ ଖଣ୍ଡନ କଲେ ଗଣଶିକ୍ଷା ମନ୍ତ୍ରୀ

ବହିରେ ତ୍ରୁଟି ଅଭିଯୋଗକୁ ଖଣ୍ଡନ କଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ପ୍ରଥମ ଶ୍ରେଣୀ ବହିରେ ତ୍ରୁଟି ଅଭିଯୋଗକୁ ଖଣ୍ଡନ କଲେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । କହିଲେ ପ୍ରଥମ ଶ୍ରେଣୀ ବହିରେ ଯେଉଁ ତ୍ରୁଟି କଥା କୁହାଯାଉଛି ସେଭଳି ତ୍ରୁଟି ହୋଇନି । ଖୁବଶୀଘ୍ର ପିଲାଙ୍କୁ ନୂଆ ସଠିକ ବହି ଯୋଗାଇ ଦିଆଯିବ । ଜାତୀୟ ଶିକ୍ଷାନୀତି ଅନୁସାରେ ଅନ୍ୟ ରାଜ୍ୟର ଗୀତକୁ ବି ସ୍ଥାନ ଦିଆଯାଇଛି । ସୂଚନାଥାଉକି ଚଳିତ ବର୍ଷ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ପୁସ୍ତକରେ ୨ ହଜାରରୁ ଅଧିକ ଭୁଲ ବାହାରିଥିଲା । ଇଂରାଜୀ ବହିରେ ଓଡିଆ ଗୀତ, ଓଡିଶାର ବିଧାନସଭା ଚିତ୍ର ଜାଗାରେ ଅନ୍ୟ ରାଜ୍ୟର ବିଧାନସଭା ଏବଁ ଭୁଲ ବନାନ ସହ ଗଣିତ ସୂତ୍ର ଭୁଲ ରହିଥିବାର ଦେଖିବାକୁ ମିଳିଥିଲା । ଯାହାକୁ ନେଇ ଅଭିଭାବକ, ଛାତ୍ରଛାତ୍ରୀ ଏବଂ ରାଜ୍ୟବାସୀ ଏହାକୁ କଡା ନିନ୍ଦା କରିଥିଲେ । ବିରୋଧୀ ଦଳ ନିମ୍ବୁଡା ନିମ୍ବୁଡା ଗୀତରେ ନାଚି ରାଜରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଯାହା ରାଜ୍ୟରାଜନୀତୀ ମହଲରେ ଚର୍ଚ୍ଚାର ବିଷୟ ପାଲଟିଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking