ପୁରୀ: ଶ୍ରୀମନ୍ଦିରରେ ବଡ ମହାସ୍ନାନ । ଶ୍ରୀମନ୍ଦିର ଭିତର ବେଢ଼ାର ଚାଙ୍ଗଡ଼ା ଘର ନିକଟରେ ବାନ୍ତି ପଡ଼ିଥିବାରୁ ବଡ଼ ମହାସ୍ନାନ ନୀତି ଅନୁଷ୍ଠିତ ହୋଇଛି । ଶ୍ରୀମନ୍ଦିର ପରମ୍ପରା ଓ ସେବାୟତଙ୍କ ସୂଚନା ଅନୁଯାୟୀ, ମନ୍ଦିର ପରିସରରେ କୌଣସି ପ୍ରକାରର ଅଶୌଚ କିମ୍ବା ଅପବିତ୍ରତା ଦେଖାଦେଲେ ବିଗ୍ରହ ଓ ମନ୍ଦିର ପରିସରକୁ ଶୁଦ୍ଧ କରିବା ପାଇଁ ମହାସ୍ନାନ କରାଯିବା ବିଧି ରହିଛି ।










